ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ କୋର୍ଟ ଚାଲାଣ

 ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ଅଧୀନରେ ଥିବା ଚିଚିଆ ଗ୍ରାମର ମକରଧ୍ୱଜ ନାଏକଙ୍କୁ ନିର୍ମମ ଭାବରେ ହତ୍ୟା କରି ଏକ ଘର ସମ୍ମୁଖରେ ଫିଙ୍ଗି ଦେଇଥିବା ଘଟଣାକୁ କେନ୍ଦ୍ର କରି ପୋଲିସ ଆଉ ଜଣେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ପୂର୍ବରୁ ମୁନା ହଂସଙ୍କୁ ଗତ ୧୪ ମଇ ବୁଧବାରଦିନ କୋର୍ଟ ଚାଲାଣ କରିଥିବା ବେଳେ ଆଜି  ଗୋବିନ୍ଦ ଅଘରିଆଙ୍କୁ କୋର୍ଟ ଚାଲାଣ କରିଥିବାର ଦେଖିବାକୁ ମିଳିଛି । ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ଗୋବିନ୍ଦ ଅଘରିଆଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଜଣକୁ ଛାଡିଦେଇଥିବା ଜଣାପଡିଛି । ଗୋବିନ୍ଦ ଅଘରିଆ ମଧ୍ୟ ହତ୍ୟା କରିଥିବା ପୋଲିସ ସମ୍ମୁଖରେ ସ୍ୱୀକାର କରିଥିଲେ ବୋଲି ଦଶପୁର ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି ।