ଖମ୍ବେଶ୍ୱରୀଙ୍କ ଗଜଲକ୍ଷ୍ମୀ ପୂଜା


ାା ପ୍ରଭାନୁ୍ୟଜ୍ ।ା ଆସିକା: କୁମାର ପୂର୍ଣ୍ଣିମା ତଥା ଗର୍ଭଣା ସଂକ୍ରାନ୍ତି ଅବସରରେ ଆସିକାର ଅରାଧ୍ୟ ଦେବୀ ମା ଖମ୍ବେଶ୍ୱରୀ ଠାକୁରାଣୀଙ୍କୁ ଗଜଲକ୍ଷ୍ମୀ ରୂପେ  ପୂଜା କରାଯାଇଛି । ପ୍ରାତଃ କାଳରୁ ଦେବୀଙ୍କ ଦ୍ୱାର ଫିଟାନୀତି, ମହାସ୍ନାନ ବିଧି ପରେ ମାଙ୍କ ଦର୍ଶନ ଆରମ୍ଭ ହୋଇଥିଲା । କର୍ତ୍ତା ଭାବେ ମନ୍ଦିର ପରିଚାଳନା କମିଟିର ସଭାପତି ସତ୍ୟନାରାୟଣ ସ୍ୱାଇଁ ତାଙ୍କ ଧର୍ମପନôୀ ତଥା ଆସିକା ଏନ ଏ ସି ଅଧକ୍ଷା ବିନେତା ସ୍ୱାଇଁ ପୂଜା ଆରମ୍ଭ କରିଥିଲେ । ସୂର୍ଯ୍ୟପୂଜା, ଘଟ ପୂଜା, ଗ୍ରହମଣ୍ଡଳ ପୂଜା, ଶାଲା ପୂଜା, ନୈବେଦ୍ୟ ସଂସ୍କାର ଏବଂ ହୋମ, ଯଜ୍ଞ, ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ନୀତି ଭୋଗ ପରେ ପହାଡ଼ ଏବଂ ସନ୍ଧ୍ୟାରେ ମାଙ୍କ ସନ୍ଧ୍ୟା ଆଳତି ବେଳେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ରାତ୍ର ଅନ୍ନ ଭୋଗ ପରେ ମାଙ୍କ ବିଜେ ପ୍ରତିମାଙ୍କୁ ମନ୍ଦିର ବେଢ଼ା ପରିକ୍ରମା ସରିବା  ପରେ ମା'ଙ୍କୁ ଅଧର ପଣା ଭୋଗ  ଅର୍ପଣ ପରେ ଦିନ ତମାମର ପୂଜା ନୀତି ସମ୍ପର୍ଣ୍ଣ ହୋଇଥିଲା ।