ହନୁମାନ ମନ୍ଦିର ପ୍ରତିଷ୍ଠା ନେଇ ଭୂମି ପୂଜନ
ତେନ୍ତୁଳିଖୁଣ୍ଟି: ତେନ୍ତୁଳିଖୁଣ୍ଟି ଗ୍ରାମରେ ନୂତନ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆସନ୍ତା ଏପ୍ରିଲ ମାସ ୬ ତାରିଖରୁ ଆରମ୍ଭ ହୋଇ ୧୦ ତାରିଖରେ ସମ୍ପୂର୍ଣ୍ଣ ହେବ । ଏହି ଅବସରରେ ମନ୍ଦିର ପ୍ରାଙ୍ଗଣରେ ମୁଖ୍ୟ ପୁରୋହିତ ସୁମନ୍ତ ତ୍ରିପାଠୀ ଓ ଯାମିନୀକାନ୍ତ ମହାପାତ୍ରଙ୍କ ଦ୍ୱାରା ରୀତିନୀତି ଅନୁଯାୟୀ ଭୂମି ପୂଜନ ଆରମ୍ଭ ହୋଇଯାଇଛି । ମନ୍ଦିର ସଭାପତି ସୁଶାନ୍ତ ଶତପଥୀ କର୍ତ୍ତା ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ । ପୁରୋହିତଙ୍କ ବେଦ ମନ୍ତ୍ର ଧ୍ୱନିରେ ପରିବେଶକୁ ସ୍ୱଚ୍ଛ କରି ଗ୍ରାମଦେବୀଙ୍କୁ ପୂଜାର୍ଚ୍ଚନା କରି ମଙ୍ଗଳ କାମନା କରାଯାଇଥିଲା । ତେବେ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଦୀକ୍ଷା ଗ୍ରହଣ, ଅଙ୍କୁର ରୋପଣ, ଜଳଯାତ୍ରା ଓ ବନଜାଗ, ୭ତାରିଖରେ ସୂର୍ଯ୍ୟ ପୂଜା, ଗୋପୂଜ, ୮ତାରିଖରେ ମହାସ୍ନାନ ଧନ୍ୟା ଦିବସ ପ୍ରାଣପ୍ରତିଷ୍ଠା, ୯ ତାରିଖ ରନôମୁଦ, ଦେବତା ପ୍ରବେଶ ଓ ପୂର୍ଣ୍ଣାହୁତି ଏବଂ ୧୦ ତାରିଖରେ ଦଧିହାଣ୍ଡି ଭଗ୍ନ ଓ ନଗର ପରିକ୍ରମା ଆଦି କାର୍ଯ୍ୟ ରହିଛି । ଭୂମି ପୂଜନ କାର୍ଯ୍ୟକ୍ରମରେ ହନୁମାନ ମନ୍ଦିର କମିଟି, ଦୁର୍ଗାପୂଜା କମିଟି ସଦସ୍ୟ ବୃନ୍ଦ ଉପସ୍ଥିତରହି ସହଯୋଗ କରିଥିଲେ ।