ମଦ ଜବତ, ୩ ଗିରଫ

 ନୀଳଗିରି: ନୀଳଗିରି ଅବକାରୀ ବିଭାଗର ଅଧିକାରୀ ଜଗନ୍ନାଥ ବେହେରାଙ୍କ ନେତୃତ୍ୱରେ ଚଢ଼ାଉ କରି ୩ ଜଣକୁ ଗିରଫ କରିଛନ୍ତି । ସୂଚନା ଅନୁସାରେ ଚାପଲ ସାହି ଗ୍ରାମର ସୁଭଦ୍ରା ଟୁଡୁଙ୍କ ଘରୁ ୯ଲିଟର ଦେଶୀ ମଦ ଜବତ କରିଥିବା ବେଳେ ଜାମ୍ବବନି ଗ୍ରାମର ସାଧୁମଣି ସୋରେନ୍ ଠାରୁ ୧୦ଲିଟର ଦେଶୀ ମଦ ଜବତ କରିଥିବା ବେଳେ ଉକ୍ତ ଗ୍ରାମର ପାର୍ବତୀ ସୋରେନ୍ଙ୍କ ଘରୁ ୧୦ଲିଟର ଦେଶୀ ମଦ ଜବତ କରିବା ସହ ୩ ଜଣକୁ ଗିରଫ କରିଛି । ସେହିପରି ବଢେଇପଲା ଜଙ୍ଗଲରେ ଗଚ୍ଛିତ ଥିବା ୩୨୦ଲିଟର ଦେଶୀ ମଦ ସହ ୨୯୫୦ ଲିଟର ମହୁଲି ପୋଚକୁ ଅବକାରୀ ବିଭାଗ ନଷ୍ଟ କରିଛନ୍ତି । ଏହି ଚଢ଼ାଉରେ ଇନ୍ସପେକ୍ଟର କେଶବ ଚନ୍ଦ୍ର ଦାସ, ଓଆଇସି ଜଗନ୍ନାଥ ବେହେରା, ଏପିଆର୍ ଟିମ୍, ଅବକାରୀ ବିଭାଗର କର୍ମଚାରୀ ସାମିଲ ଥିଲେ । ତେବେ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।