ହାଇକୋର୍ଟ ଜଜ୍ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ
ନବରଙ୍ଗପୁର : ଓଡ଼ିଶା ଉଚ୍ଚÿ ନ୍ୟାୟାଳୟର ଜଜ ଜଷ୍ଟିସ ଚିତ୍ତରଞ୍ଜନ ଦାଶ ନବରଙ୍ଗପୁର ଜିଲ୍ଲାକୁ ଦିନିକିଆ ଗସ୍ତ କରି ଫେରିଛନ୍ତି । ୨୯ ତାରିଖ ଦିନ ଭବାନୀପାଟଣା ଠାରୁ ବାହାରି ନବରଙ୍ଗପୁର ସର୍କିଟ ହାଉସ୍ ଠାରେ ପହଞ୍ଚିଥିଲେ । ସର୍କିଟ ହାଉସ୍ ଠାରେ ଜିଲ୍ଲାପାଳ ଡ ଶୁଭଙ୍କର ମହାପାତ୍ର ଓ ଏସ୍ ପି ମିହୀର ପଣ୍ଡାଙ୍କ ସହ ବୈଠକ ପରେ ଜଷ୍ଟିସ ଜିଲ୍ଲା ଦୌରା ଜଜ୍ ଅଦାଲତକୁ ଗସ୍ତ କରିଥିଲେ । ସେଠାରେ ଓକିଲ ସଂଘ ପକ୍ଷରୁ ଜଷ୍ଟିସଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହାପରେ ଜଷ୍ଟିସ ଯୁଡ଼ିସିଆଲ ଅଫିସରଙ୍କ ସହ ବୈଠକ କରିଥିଲେ । ଶେଷରେ ନବରଙ୍ଗପୁର ସହରର ଅଧିଷ୍ଠାତ୍ରୀ ମା’ଭଣ୍ଡାର ଘରଣୀ ମନ୍ଦୀର ଗସ୍ତ କରି ମା’ଙ୍କ ଦର୍ଶନ ସାରି କୋରାପୁଟ ଅଭିମୁଖେ ଯାତ୍ରା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଡିଜେ ସୁବ୍ରତ ମହାନ୍ତି, ରେଜିଷ୍ଟର୍ ସୁକାନ୍ତ କିଶୋର ଜେନା, ସିଜେ ଏମ୍ ସିମା ତ୍ରିପାଠୀ, ଓକିଲ ସଂଘ ସଭାପତି ନରସିଂହ ତ୍ରିପାଠୀ, ଉପ ସଭାପତି ହରି ନାରାୟଣ ବେହେରା, ସମ୍ପାଦକ ତପନ କୁମାର ସିଂହ, କୋଷାଧ୍ୟକ୍ଷ ଅନୀଲ ଦୀନବନ୍ଧୁ, ବରିଷ୍ଠ ଆଇନଜୀବୀ ଝାଡେଶ୍ୱର ଖାଡାଙ୍ଗା, ସି ଏଚ ବାବା ଯୁଗନ୍ଧର, ସିରାଜ୍ଉଦିନ ଅହମ୍ମଦ, ମୁନା ବେନିଆ, ଅତିରିକ୍ତ ସରକାରୀ ଅଧିବକ୍ତା ଡ. ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଆଇନଜୀବୀ କିଶୋର ପଟ୍ଟନାୟକ, ଇମ୍ରାନ୍ ସରିଫ ପ୍ରମୁଖ ଆଇନଜୀବୀ ମାନେ ଉପସ୍ଥିତ ରହିଥିଲେ ।