ଦୁଇ ଭୂ-ବୈଜ୍ଞାନିକ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ
କେନ୍ଦୁଝର : ଜାତୀୟ ଭୂବିଜ୍ଞାନ ସମ୍ମାନ ୨୦୨୪ ରାଷ୍ଟ୍ରପତି ଭବନରେ ୨୬/୦୯/୨୦୨୫ ରେ ପ୍ରଦାନ କରାଯାଇଅଛି । ଭାରତର ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ମାନ ପ୍ରଦାନ ଉସôବରେ ମାନ୍ୟବର ଖଣି ମନ୍ତ୍ରୀ ଜି.କିଷାନ ରେଡ୍ଡୀ ମଞ୍ଚାସୀନ ଥିଲେ । ଏହି ସମ୍ମାନ ପ୍ରଦାନ ଉସôବରେ ସମଗ୍ର ଭାରତବର୍ଷରୁ ୨୨ ଜଣ ବୈଜ୍ଞାନିକଙ୍କୁ ଜାତୀୟ ଭୂବୈଜ୍ଞାନିକ ସମ୍ମାନ ପ୍ରଦାନ କରାଯାଇଅଛି । କେନ୍ଦୁଝର ଜିଲ୍ଲାର ଦୁଇଜଣ ଯୁବ ବୈଜ୍ଞାନିକ ଶ୍ରଦ୍ଧାଞ୍ଜଳି ଶୁଭଦର୍ଶିନୀ ଓ ହରମନ ମହାନ୍ତ ଏହି ସମ୍ମାନସ୍ପଦ ଜାତୀୟ ଭୂବୈଜ୍ଞାନିକ ସମ୍ମାନ ଭୂବିଜ୍ଞାନ କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି । କେନ୍ଦୁଝର ମାଇନିଂ ଗାୟତ୍ରୀ ମନ୍ଦିର ରୋଡ଼ର ଶ୍ରଦ୍ଧାଞ୍ଜଳି ଶୁଭଦର୍ଶିନୀ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମଦନ ମୋହନ ଦ୍ୱିବେଦୀ ଏବଂ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ କୁମୁଦିନୀ କରଙ୍କ କନ୍ୟା । ବାରିଆର ଅବସରପ୍ରାପ୍ତ ଶିକ୍ଷକ କଳାକର ମହାନ୍ତ ଓ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ନର୍ମଦା ମହାନ୍ତଙ୍କ ପୁତ୍ର ହରମନ ମହାନ୍ତ ବର୍ତ୍ତମାନ ସିନିଅର ଜିଓଲୋଜିଷ୍ଟ ଭାବେ ଭୁବନେଶ୍ୱର ଠାରେ କାର୍ଯ୍ୟରତ । କେନ୍ଦୁଝର ଜିଲ୍ଲାର ଗର୍ବ ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ କରିଥିବାରୁ ଏହି ଦୁଇଜଣ ବୈଜ୍ଞାନିକଙ୍କ ନିମନ୍ତେ ସମଗ୍ର କେନ୍ଦୁଝର ଜିଲ୍ଲା ଗର୍ବ ଅନୁଭବ କରୁଛି ଓ ଜିଲ୍ଲାସାରା ଆନନ୍ଦର ଲହରୀ ଖେଳିଯାଇଛି ।