ମାର୍ଚ୍ଚରେ ସ୍ୱାସ୍ଥ୍ୟ କାର୍ଡ଼
ଭୁବନେଶ୍ୱର: ମାର୍ଚ୍ଚ ଶେଷ ବେଳକୁ ଓଡ଼ିଶାବାସୀ ପାଇବେ ସ୍ୱାସ୍ଥ୍ୟ କାର୍ଡ଼ । ସେମାନଙ୍କୁ ଗୋଟିଏ କାର୍ଡ଼ରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସୁବିଧା ମିଳିବ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତିଯେ, ବର୍ତ୍ତମାନ କାର୍ଡ ପ୍ରିଣ୍ଟ ସହ ଆଇଟି ସଂଯୋଗୀକରଣ ଚାଲିଛି । ମାର୍ଚ୍ଚ ମାସ ଶେଷ ବେଳକୁ ଆୟୁଷ୍ମାନ କାର୍ଡ ମିଳିପାରେ । ପ୍ରାଥମିକ ଭାବରେ ସାଢେ ୩ କୋଟି ଲୋକଙ୍କୁ ଆୟୁଷ୍ମାନ କାର୍ଡ ମିଳିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟଯେ, ଓଡ଼ିଶାରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ ପାଇଁ ଗତ ମାସ ୧୩ରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷର ହୋଇଥିଲା । ଏହାଦ୍ୱାରା ରାଜ୍ୟର ୧.୩ କୋଟି ପରିବାରର ସାଢେ ୩ କୋଟି ଲୋକ ତଥା ୨୩ ଲକ୍ଷରୁ ଅଧିକ ୭୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଚିକିସôା ଉପକୃତ ହେବେ ।