ହିଙ୍ଗୁଳା ହାଇସ୍କୁଲରେ ବିଜ୍ଞାନ ମେଳା
ବ୍ୟାସନଗର : ପିଏମଶ୍ରୀ ହିଙ୍ଗୁଳା ହାଇସ୍କୁଲରେ ସ୍କୁଲସ୍ତରୀୟ ବିଜ୍ଞାନ ମେଳା ପ୍ରଧାନଶିକ୍ଷୟିତ୍ରୀ ରନୀତା ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ବିଜ୍ଞାନ ମେଳାରେ ୮୫ରୁ ଊର୍ଦ୍ଧ୍ୱ ପ୍ରକଳ୍ପ ସ୍ଥାନ ପାଇଥିଲା । ବିଚାରକ ଭାବେ ବିଜ୍ଞାନ ଶିକ୍ଷକ ତଥା ପଂଚାୟତ ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟ, ଲକ୍ଷ୍ମୀନଗରର ପ୍ରଧାନ ଶିକ୍ଷକ ଦେବବ୍ରତ ସାହୁ ଏବଂ ବୈତରଣୀ ରୋଡ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଜିତେନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ । ସିନିୟର୍ ବିଭାଗରେ ପ୍ରଥମ ସ୍ଥାନ ପୁନମ୍ ପ୍ରମାଣିକ ଓ ସୋମ୍ୟାଶ୍ରୀ ସାହୁ, ଦ୍ୱିତୀୟ ସ୍ଥାନ ସନ୍ତୋଷ ବେହେରା, ତୃତୀୟ ସ୍ଥାନ ସରିତା ମହାକୁଡ଼, ଜୁନିଅର ବିଭାଗରେ ପ୍ରଥମ ସ୍ଥାନ ସୁଧାଂଶୁ ମହଲା, ଦ୍ୱିତୀୟ ସ୍ଥାନ ଅବିନାଶ ସାହୁ, ତୃତୀୟ ସ୍ଥାନ କ୍ରୀଷ୍ଣାରାଜ ବିଶ୍ୱାଳ, ସବ୍ ଜୁନିଅର ବିଭାଗରେ ପ୍ରଥମ ସ୍ଥାନ ସର୍ବେଶ୍ୱର ସାହୁ, ଦ୍ୱିତୀୟ ସ୍ଥାନ ନନ୍ଦିତା ମିଶ୍ର, ତୃତୀୟ ସ୍ଥାନ ମୋନାଲିସା ସାହୁ ଓ ଅର୍ପିତା ବେହେରା, ବରିଷ୍ଠ ବିଜ୍ଞାନ ଶିକ୍ଷୟିତ୍ରୀ ରନୀତା ବେହେରା, ବିଜ୍ଞାନ ଶିକ୍ଷକ ବିଜୟ କୁମାର ଖିଲାର, ଶିକ୍ଷୟିତ୍ରୀ ମଧୁସ୍ମିତା ମାଝୀ, ସୁଚିସ୍ମିତା ନାଏକ ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟରେ ହରିପ୍ରିୟା ସାହୁ, ଶୁଭସ୍ମିତା ସାହୁ, ମଧୁସ୍ମିତା ମହାନ୍ତି, ରଶ୍ମିତା ବେହେରା, ସୁନୀତା ପାତ୍ର, ଶୁଭଶ୍ରୀ ସରଗଫୁଲ ପଣ୍ଡା, ବାବୁଲାଲ ସାହୁ, ଘନଶ୍ୟାମ ନାଏକ, ଜ୍ୟୋତ୍ସ୍ନାରାଣୀ ସାହୁ, କାର୍ତିକ ଚନ୍ଦ୍ର ସାହୁ, ମାନସ ରଞ୍ଜନ ଶତପଥୀ, ପଦ୍ମାବତୀ ସାହୁ, ସସ୍ମିତା ପଥାଳ, ଜୟନ୍ତୀ ମୁର୍ମୁ, ନୟନଦୀପ୍ତ ବେହେରା ସହଯୋଗ କରିଥିଲେ ।