ସ୍ଥାପନ ହେଲା ଉଚ୍ଚ କ୍ଷମତାସମ୍ପନ୍ନ ଟ୍ରାନ୍ସଫର୍ମର

 ଯାଜପୁର :  ଟିପିଏନଓଡିଏଲ ପକ୍ଷରୁ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି । ଟିପିଏନଓଡିଏଲ ପକ୍ଷରୁ ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଂଚଳରେ ଲୋକଙ୍କ ଆବଶ୍ୟକତାକୁ ଭିତି କରି ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି । କେନ୍ଦୁଝର ଜିଲ୍ଲା ହାଟଡିହି ଶାଳଣିଆ ବଜାରରେ ଥିବା ୬୩ କେଭିଏ ବିଦୁ୍ୟତ୍ ଟ୍ରାନ୍ସଫର୍ମରକୁ ୧୦୦ କେଭିରେ ପରିବର୍ତନ କରାଯାଇଥିବାବେଳେ ଯୋଡ଼ା ବ୍ଲକର ପଦମପୁର ମେଡିକାଲକୁ ସଂଯୋଗ ହୋଇଥିବା ବିଦ୍ୟୁତ ଟ୍ରାନ୍ସଫର୍ମରକୁ ୧୦୦ କେଭିରେ ପରିବର୍ତନ କରାଯାଇଛି । ଅନୁରୂପ ଭାବେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଡିଭିଜନ ଅନ୍ତର୍ଗତ ଦେହୁର୍ଦା ସେକ୍ସନର ଚକସଡାରେ ବିଦ୍ୟୁତ ଟ୍ରାନ୍ସଫର୍ମର କ୍ଷମତାକୁ ୨୫୦ କେଭିକୁ ବୃଦ୍ଧି କରାଯାଇଥିବାବେଳେ ଚନ୍ଦନେଶ୍ୱରରେ ୬୩ କେଭି ବିଦ୍ୟୁତ ଟ୍ରାଂସଫରମର କ୍ଷମତାକୁ ୧୦୦ କେଭିକୁ ବୃଦ୍ଧି କରାଯାଇଛି । ସେହିପରି ବାଲେଶ୍ୱର ଜିଲ୍ଲା ସୁତେଇ ବଡଗାଁରେ ବିଦ୍ୟୁତ ଟ୍ରାନ୍ସଫର୍ମର କ୍ଷମତାକୁ ୨୫୦ କେଭିକୁ ବୃଦ୍ଧି, ଭଦ୍ରକ ଜିଲ୍ଲା ତହସିଲ ସେକ୍ସନରେ ଦୁଇଟି ୧୦୦ କେଭିଏ ବିଦ୍ୟୁତ ଟ୍ରାନ୍ସଫର୍ମରକୁ ୨୫୦ କେଭିରେ ପରିବର୍ତନ ଓ ଯାଜପୁର ଜିଲ୍ଲା ପାଣିକୋଇଲି ସେକ୍ସନ ବାଗରିଆ ଗାଁରେ ଥିବା ୧୦୦ କେଭିଏ ବିଦ୍ୟୁତ ଟ୍ରାନ୍ସଫର୍ମରକୁ ୨୫୦ କେଭିରେ ପରିବର୍ତନ କରାଯାଇଛି । ଏଣିକି ଏହି ଟ୍ରାନ୍ସଫର୍ମରଗୂଡ଼ିକ ଅଧିକ କ୍ଷମତାସମ୍ପର୍ଣ୍ଣ ହେବା ସହ ସ୍ଥାନୀୟ ଅଂଚଳବାସୀଙ୍କ ଲୋ-ଭୋଲ୍େଟଜ ସମସ୍ୟା ଦୂର କରିବାରେ ସକ୍ଷମ ହେବ ।  ସୁରକ୍ଷାକୁ ଦୃଷ୍ଟିରେ ରଖି ଟିପିଏନଓଡିଏଲ ପକ୍ଷରୁ ପୂର୍ବରୁ ଥିବା ପୁରୁଣା ବାଡ଼କୁ ପରିବର୍ତନ କରାଯାଇ ନୂତନ ପାଚେରୀ ନିର୍ମାଣ କରାଯାଇଛି । ଅନେକ ଅଂଚଳରେ ଟ୍ରାନ୍ସଫର୍ମରଗୁଡ଼ିକୁ ଯାଂଚ କରାଯିବା ସହ ଆବଶ୍ୟକୀୟ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ।