ଅଭିଯୁକ୍ତକୁ ଛୁରି ଭୁଶି ହତ୍ୟା

 ସମ୍ବଲପୁର:  ସମ୍ବଲପୁର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ କୁମ୍ଭାରପଡ଼ାରେ ଗତରାତି ଜଣେ ହତ୍ୟା ଅଭିଯୁକ୍ତକୁ ଛୁରିରେ ଭୁସି ହତ୍ୟା କରାଯାଇଛି । ଏ ନେଇ ଟାଉନ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ଶବକୁ ଜବତ କରାଯାଇଛି  । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ  । ସୂଚନାଯୋଗ୍ୟ, କଲାମଙ୍କ ହତ୍ୟା ଅଭିଯୋଗରେ ମହମ୍ମଦ କଲିମ୍ (୩୦) ଜେଲ୍ ଯାଇଥିବାବେଳେ କିଛି ଦିନ ହେବ ଜାମିନରେ ଆସିଥିଲେ । ତେବେ ପୂର୍ବ ଶତ୍ରୁତା କାରଣରୁ ତାଙ୍କୁ ଜଣେ ହତ୍ୟା କରିଥିବା ଅଭିଯୋଗ ହୋଇଛି  । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିଛି ।