ଉପମୁଖ୍ୟମନ୍ତ୍ରୀଙ୍କ ବୁଦ୍ଧିଜୀବି ସମାବେଶ
ସମ୍ୱଲପୁର : ଏବେ ଲୋକଙ୍କ ସରକାର ଅଛି । ଗାଁରୁ ଆସୁଥିବା ଚିଠି ଅନୁସାରେ ରାଜ୍ୟରେ ନୀତି ନିର୍ଦ୍ଧାରଣ ହେଉଛି । ଗରିବର କଲ୍ୟାଣ, କୃଷକର ବିକାଶ, ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ମୋହନ ଚରଣ ମାଝୀଙ୍କ ସରକାର ପ୍ରୟାସ କରୁଛନ୍ତି । ନିର୍ବାଚନରେ ୨୧ଟି ପ୍ରତିଶ୍ରୁତି ଦେଇ ସରକାରକୁ ଆସିଲୁ । ଆଉ ଗୋଟିଏ ବର୍ଷ ମଧ୍ୟରେ ସବୁ ପୂରଣ କରିଛୁ । ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତି ଅବସରରେ ସମ୍ବଲପୁରରେ ଆୟୋଜିତ ବୁଦ୍ଧିଜୀବୀ ସମାବେଶରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହା କହିଛନ୍ତି । ନୂଆ ସରକାରକୁ ଆସିବା ପରେ ପ୍ରତି ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ସୁଭଦ୍ରା ଯୋଜନାରେ ରୋଜଗାର ବୃଦ୍ଧି ଯୋଗୁ ପ୍ରତିଟି ପରିବାରର ଆର୍ଥିକ ସଶକ୍ତ ହୋଇଛନ୍ତି । ଆମ ସରକାରରେ କୃଷି ଓ କୃଷକକୁ ପ୍ରାଧାନ୍ୟ ସ୍ୱରୂପ ମୋହନ ସରକାର ଆସିବା ମାତ୍ରେ ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଅଧିକ ଦେଲେ । ଡବଲ ଇଞ୍ଜିନ ସରକାରରେ ଚାଷୀ ହସିଲେ । ଏବେ ଉଭୟ ସରକାରଙ୍କ ମଧ୍ୟରେ ଭଲ ସମନ୍ୱୟ ସହ ଦ୍ରୁତ ଗତିରେ ଅଭିବୃଦ୍ଧି ହେଉଛି ବୋଲି ସେ କହିଛନ୍ତି ।