ହୃଦ୍ଘାତର ଶିକାର ହେଲେ ଦାଦନ ଶ୍ରମିକ
କେନ୍ଦ୍ରାପଡ଼ାରୁ ସ୍ୱତନ୍ତ୍ର ପ୍ରତିନିଧି ଉକôଳ କେଶରୀ ପାହାଡସିଂ
ମାର୍ଶାଘାଇ ବ୍ଲକ ପକ୍ଷୋଟ ଗ୍ରାମର ପ୍ରଭାତ କୁମାର ଦାସ(୪୭) । ପରିବାର ପ୍ରତିପୋଷଣ ପାଇଁ ଦୀର୍ଘ ୧୦ ବର୍ଷରୁ ଊଦ୍ଧ୍ୱର୍ ସମୟ ହେଲାଣି ଦାଦନ ଶ୍ରମିକ ଭାବେ ସୁଦୂର ଛତିଶଗଡ଼ରେ କାର୍ଯ୍ୟ କରୁଥିଲେ । ପରିବାର କହିଲେ ପନôୀ ପ୍ରଭାତୀ ଦାସଙ୍କ ସହିତ ଦୁଇଟି କନ୍ୟା ସନ୍ତାନ । ଜଣଙ୍କ ବୟସ ୧୩ ହୋଇଥିବାବେଳେ ଆଉ ଜଣଙ୍କ ବୟସ ୧୧ । ପନôୀ ପ୍ରଭାତୀ ମାନସିକ ରୋଗରେ ପୀଡିତ । ସ୍ଥାନୀୟ ଅଞ୍ଚଳରେ କୌଣସି କାର୍ଯ୍ୟ ନ ମିଳିବାରୁ ଦୁଇ ପଇସା ଭଲ ରୋଜଗାର ଆଶାରେ ବାଧ୍ୟ ହୋଇ ଛତିଶଗଡ଼ ଯାଇଥିଲେ । ସେଠାରେ ଦୀର୍ଘ ୧୦ବର୍ଷ ହେଲାଣିଏକ ହୋଟେଲରେ ରହି ୱେଟର ଭାବେ କାର୍ଯ୍ୟ କରିଆସୁଥିଲେ ପ୍ରଭାତ । ମଝିରେ ମଝିରେ ଗାଁ କୁ ଆସି ମାନସିକ ରୋଗାଗ୍ରସ୍ତ ପନôୀଙ୍କୁ ଔଷଧ ପତ୍ର ଦେବା ସହିତ ଦୁଇ ଛୋଟ ଝିଅଙ୍କ ଭଲ ମନ୍ଦ ବୁଝାସୁଝା କରି ପୁଣି ଫେରି ଯାଆନ୍ତି ସୁଦୂର ଛତିଶଗଡ । ଏମିତି ଦୁଃଖେ କଷ୍ଟେ ପ୍ରଭାତଙ୍କ ସଂସାର ରଥ ଗଡି ଚାଲିଥିଲା ।କିନ୍ତୁ ପ୍ରଭାତଙ୍କ ପାଇଁ ନୀୟତିର ନିଦେ୍ର୍ଦଶ ଥିଲା ଆଉ କିଛି ନିଷ୍ଠୁର । ମାସିକ ୧୦ ହଜାର ଟଙ୍କା ପାରିଶ୍ରମିକରେ ଛତିଶଗଡ ସ୍ଥିତ ହୋଟେଲରେ କାର୍ଯ୍ୟରତ ଥିବା ସମୟରେ ଗତ ୨୪ ତାରିଖରେ ପ୍ରଭାତ ହଠାତ୍ ହୃଦଘାତର ଶିକାର ହୋଇ ତଳେ ପଡ଼ିଯାଇଥିଲି । ସେଠାରେ ପ୍ରାଥମିକ ଚିକିସôା ପରେ କାର୍ଯ୍ୟ କରୁଥିବା ହୋଟେଲର ମାଲିକ ପ୍ରଭାତଙ୍କ ଭାଇଙ୍କୁ ଫୋନ୍ ଯୋଗେ ଘଟଣା ବିଷୟରେ ଅବଗତ କରାଇଥିଲେ । ଏବଂ କହିଥିଲେ ପ୍ରଭାତଙ୍କୁ ତୁମେ ଗ୍ରାମକୁ ନେଇଯାଅ,ତାଙ୍କ ପନôୀଙ୍କ ନାମ ରାସନ୍ କାର୍ଡରେ ଅଛି ତେଣୁ ସେଠାର ସରକାରଙ୍କ ପକ୍ଷରୁ ତାଙ୍କର ମାଗଣା ଚିକିସôା ହୋଇପାରିବ । ଫଳରେ ହୋଟେଲର ମାଲିକ ଗତ ୨୫ ତାରିଖରେ ଏକ ଆମ୍ବୁଲାନ୍ସ ଯୋଗେ ପ୍ରଭାତଙ୍କୁ ଆଣି ଭୁବନେଶ୍ୱର ସ୍ଥିତ ଏମସ୍ରେ ଭର୍ତ୍ତି କରି ଦେଇ ହୋଟେଲ ମାଲିକ ଜଣଙ୍କ ଫେରି ଯାଇଥିଲେ ବୋଲି ପ୍ରଭାତଙ୍କ ଭାଇ ଶ୍ରୀକାନ୍ତ ଦାସ ଜଣାଇଛନ୍ତି । ତେବେ ଏମ୍ସରେ କୌଣସି ଆଇସିୟୁ ବେଡ୍ ଫାଙ୍କା ନଥିବାରୁ ସେ ପ୍ରଭାତଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ (ସନ୍ ସାଇନ୍) ଭର୍ତ୍ତି କରିଥିଲେ । ତେବେ ସେଠାରେ ଚିକିସôା ପଦ୍ଧତି ବ୍ୟୟ ବହୁଳ ହୋଇଥିବାବେଳେ ହସ୍ପିଟାଲ୍ର ଖର୍ଚ୍ଚ ଦିନକୁ ୨୦ ରୁ ୨୫ ହଜାର ଟଙ୍କା ହୋଇଯାଉଛି । ଯାହା ସୁନା ଗହଣା ଥିଲା ଆମେ ସେସବୁ ବିକ୍ରି କରି ଚିକିସôା ଯୋଗାଇ ସାରିଲୁଣି । ଆମେ ପକ୍ଷେ ଆଉ ଅଧିକ ଦିନ ଏହି ହସ୍ପିଟାଲରେ ରଖି ପ୍ରଭାତଙ୍କୁ ଚିକିସôା କରିବା ସମ୍ଭବ ନୁହେଁ ବୋଲି ପ୍ରଭାତଙ୍କ ଭାଇ ପ୍ରକାଶ କରିଛନ୍ତି । ଅନ୍ୟପଟେ ସେ କହିଛନ୍ତି ପ୍ରଭାତଙ୍କ ନାମ ଆୟୁଷ୍ମାନ କାର୍ଡରେ ଅନ୍ତର୍ଭୁକ୍ତ ନାହିଁ । ତେଣୁ ତାଙ୍କୁ ସରକାରଙ୍କ ତରଫରୁ ମାଗଣା ସ୍ୱାସ୍ଥ୍ୟ ସେବା ମିଳି ପାରୁନାହିଁ । ସରକାରଙ୍କ ନିୟମ ଅନୁଯାୟୀ ଯେଉଁ ମାନଙ୍କ ନାମ ରାସନ୍ କାର୍ଡ ରେ ଅଛି ସେମାନେ ସ୍ୱତପ୍ରଭୁତ ଭାବେ ଆୟୁଷ୍ମାନ କାର୍ଡରେ ଅନ୍ତର୍ଭୁକ୍ତ ହୋଇ ପାରିବେ କିନ୍ତୁ ବିଡ଼ମ୍ବନାର ବିଷୟ ରାସନ୍ କାର୍ଡରେ ପ୍ରଭାତଙ୍କ ନାମ ନାହିଁ । କେବଳ ତାଙ୍କ ପନôୀ ପ୍ରଭାତୀ ଦାସଙ୍କ ନାମରେ ହିଁ ରାସନ୍ କାର୍ଡ ଅଛି । ଯଦି ବିଭାଗୀୟ କର୍ତ୍ତୃପକ୍ଷ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ସମ୍ବେଦନଶୀଳ ଘଟଣା ଉପରେ ନଜର ପକାଇ ପ୍ରଭାତଙ୍କ ନାମକୁ ରାସନ୍ କାର୍ଡରେ ଯୋଗକରି ପାରାନ୍ତେ ତେବେ ପ୍ରଭାତ ଆୟୁଷ୍ମାନ ଯୋଜନାର ଅନ୍ତର୍ଭୁକ୍ତ ହୋଇ ସରକାରଙ୍କ ପକ୍ଷରୁ ମିଳୁଥିବା ମାଗଣା ସ୍ୱାସ୍ଥ୍ୟ ସେବାର ଲାଭ ଉଠାଇ ପାରନ୍ତେ ଓ ଏକ ବହୁମୂଲ୍ୟ ଜୀବନ ରକ୍ଷା ପାଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।