ବିକାଶମୂଳକ ଯୋଜନା କର୍ମଶାଳା 

ବଲାଙ୍ଗିର :  ବଲାଙ୍ଗିର ଯୁବ ଭାରତ ଦ୍ୱାରା ଏକ ଦିନିକିଆ କର୍ମଶାଳା ମହିମୁଣ୍ଡା ଜୁନିୟର କଲେଜରେ ଆୟୋଜିତ ହୋଇଯାଇଛି । ଏଥିରେ ରାଜ୍ୟ ସରକାରଙ୍କ ପ୍ରମୁଖ ଯୋଜନା ବିଶେଷ କରି ସ୍କିଲ୍ ଇଣ୍ଡିଆ ମିଶନ ଉପରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୮୦ରୁ ଅଧିକ ଛାତ୍ରଛାତ୍ରୀ ଓ ଯୁବକଯୁବତୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ସ୍ୱାଗତ ଉଦ୍ବୋଧନ ଦେଇଥିଲେ କଲେଜର କାର୍ଯ୍ୟବାହୀ ପ୍ରାଧ୍ୟାପକ ଦୁର୍ଯେ୍ୟାଧନ ପ୍ରଧାନ । ଯୁବ ଭାରତ ବଲାଙ୍ଗିର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର କର୍ମଶାଳାର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ଉପରେ ଆଲୋଚନା କରିଥିଲେ । ଜିଲ୍ଲା ଶିଳ୍ପ କେନ୍ଦ୍ରର ଅଧିକାରୀ କାର୍ତ୍ତିକେଶ୍ୱର ନାଏକ ବିଶ୍ୱକର୍ମା ଯୋଜନାର ଉପସ୍ଥାପନା କରିଥିଲେ । ପ୍ରଧାନମନ୍ତ୍ରୀ କୋ÷÷ଶଳ ବିକାଶ ଯୋଜନା ଓ ସ୍କିଲ୍ ଇଣ୍ଡିଆ ମିଶନ ବିଷୟରେ ଛାତ୍ର ଛାତ୍ରୀଙ୍କୁ ବିଷଦ ଭାବରେ ବୁଝାଇଥିଲେ ଉପସ୍ଥିତ ସାଧନା କର୍ମୀ ଅଶୋକ କୁମାର ମେହେର । ଏହି କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଅବସରପ୍ରାପ୍ତ ଲେଖପାଳ ଇନ୍ଦ୍ରଜିତ ପଟେଲ ପିଲାଙ୍କୁ କୁଶଳୀ ହେବା ପାଇଁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମକୁ ଓଡିଆ ଅଧ୍ୟାପକ ଜଗନ୍ନାଥ ସାହୁ ସଂଚାଳନ କରିଥିବାବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଲେଖପାଳ ବିପିନ ଜେନା ।