ଅବସରକାଳୀନ ସମ୍ବର୍ଦ୍ଧନା
ପାରାଦୀପ: ପାରାଦୀପ ବନ୍ଦର ପ୍ରାଧିକରଣର ମୁଖ୍ୟ ଅର୍ଥ ପରାମର୍ଶଦାତା ଡ଼ଃ. ଡି.ଏନ.ସୋନ୍ଧୀ ଚଳିତ ଜୁଲାଇ ୩୧ ତାରିଖ ରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ପୋର୍ଟ ପେନସନର୍ସ ଆସୋସିଏସନ, ପାରାଦୀପ କାର୍ଯ୍ୟାଳୟ ପରିସରରେ ଆସୋସିଏସନ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହିତ ତାଙ୍କର ଦୀର୍ଘ ସୁସ୍ଥ ନିରାମୟ ଜୀବନ କାମନା କରାଯାଇଛି । ଆସୋସିଏସନର ସଭାପତି ରବିନ୍ଦ୍ର କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ କାର୍ଯ୍ୟକାରୀ ସଭାପତି ଗୁଣନିଧି ଚୌଧୁରୀ, ଉପସଭାପତି ଅନନ୍ତ କୁମାର ଦାସ ଓ ନିମାଇଁ ଚରଣ ରାଉତ, ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ, କୋଷାଧ୍ୟକ୍ଷ ଭାବଗ୍ରାହୀ ମିଶ୍ର, କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ଦାସ, ନିରଞ୍ଜନ ସ୍ୱାଇଁ, ମହେଶ୍ୱର ବାରିକ ପ୍ରମୁଖ ଉପସ୍ଥିତ ରହି ଅବସର ନେବାକୁ ଯାଉଥିବା ଶ୍ରୀ ସୋନ୍ଧୀଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ ପୂର୍ବକ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।