ଶାନ୍ତି ଶୃଙ୍ଖଳା ସହ ବାହୁଡାÿଯାତ୍ରା ସମାପନ


ାା ପ୍ରଭାନୁ୍ୟଜ ।ା ସୁକିନ୍ଦା,: ସୁକିନ୍ଦାରେ ବାହୁଡ଼ାଯାତ୍ରା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ମହାପ୍ରଭୁଙ୍କ ପହଣ୍ଡି କାର୍ଯ୍ୟ ସମାପନ ହେବାସହ ରଥଟଣା ଆରମ୍ଭ ହୋଇଥିଲା । ଚଳିତ ଶ୍ରୀଗୁଣ୍ଡିଚା ଯାତ୍ରାରେ ବ୍ରାହ୍ମଣ ଶାସନ ସେବାୟତ ମାନେ ଠାକୁରଙ୍କୁ ରଥରୁ ନଓହ୍ଲାଇବାକୁ ନେଇ ଲାଗିରହିଥିବା ବିବାଦ ଗତ ଶନିବାର ଯାଜପୁର ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମାଧାନ ହୋଇଥିଲା । ପ୍ରଶାସନ ପକ୍ଷରୁ ସମସ୍ତ ବିବାଦର ଅନ୍ତ ଘଟାଇ ପହଣ୍ଡି କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ସ୍ଥାନୀୟ ବ୍ରାହ୍ମଣ ସେବାୟତ ମାନେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଆଡ଼ପ ମଣ୍ଡପରୁ ପହଣ୍ଡି କରି ରଥାରୂଢ଼ କରିଥିଲେ । ପରେ ସୁକିନ୍ଦା ରାଜାସାହେବ ଭୁଦେବ ଭୂପତି ହରିଚନ୍ଦନ ମହାପାତ୍ର ରଥ ଉପରେ ଛେରାପହଁରା କରିଥିଲେ । ପ୍ରଭୁଙ୍କ ଯଥାବିଧି ପୂଜାର୍ଚ୍ଚନା କରାଯିବା ପରେ ପୁରୁଣା ପରମ୍ପରା ଅନୁଯାୟୀ ଥରେମାତ୍ର ରଥଟଣା ହୋଇଥିଲା । ଯାତ୍ରାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ନିଜେ ପହଣ୍ଡି ସମୟରେ ଉପସ୍ଥିତ ରହିଥିଲେ । ଦେବୋତର ବିଭାଗ ମୁଖ୍ୟ ତଥା ତହସିଲଦାର ଦମୟନ୍ତୀ ସାହୁ, କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସିଲଭରୀୟସ ଟପେ, ଅତିରିକ୍ତ ତହସିଲଦାର, ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ ଜାରୀ ରଖିଥିଲେ । ଚଳିତ ବର୍ଷ ନୂତନ ବିଗ୍ରହ ସ୍ଥାପନ ହୋଇଥିବାରୁ ପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ପୁରୁଷ ଓ ମହିଳା ଭକ୍ତଙ୍କ ସମାଗମ ହୋଇଥିଲା ।
କବାଟବନ୍ଧ: ଧର୍ମଶାଳା ବ୍ଲକ ଅନ୍ତର୍ଗତ କବାଟବନ୍ଧ ଅଞ୍ଚଳର ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା ପାଳିତ ହୋଇଯାଇଛି । ଗଡ଼ମଧୁପୁର, କବାଟବନ୍ଧ, ବଳରାମପୁରଗଡ଼, ତଳଗଡ଼, ରାମପୁର କଇଥା ଭଳି ଅନେକ ସ୍ଥାନରେ ବାହୁଡାÿ ଯାତ୍ରା ସମାପନ ହୋଇଛି । ଗୋଟି ପହଣ୍ଡି କରି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଅଣାଯାଇଥିଲା । ବାହୁଡାÿ ଯାତ୍ରାରେ ହଜାର ହଜାର ଭକ୍ତଙ୍କର ସମାଗମ ହୋଇଥିଲା ।