ପ୍ରଧାନଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

 ଭଣ୍ଡାରିପୋଖରୀ : ମଞ୍ଜୁରୀରୋଡ ନିକଟ ଦେଓପଦା କୌଶଲ୍ୟା ରାଉତ ଉଚ୍ଚ ବିଦ୍ୟାପୀଠ ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର ସାହୁ ଓ ଶିକ୍ଷା କର୍ମଚାରୀ ଶ୍ରୀଧର ବାରିକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ରବିବାର ପ୍ରଦାନ କରାଯାଇଛି । ପୂର୍ବତନ ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉସôବରେ ବିଧାୟକ ସଞ୍ଜିବ କୁମାର ମଲ୍ଲିକ ମୁଖ୍ୟ ଅତିଥି, ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ମହାରଣା, ସୁଦର୍ଶନ ସେଠୀ, ସମୀର କୁମାର ଚୌଧୁରୀ, ଭଗବାନ ପ୍ରଧାନ, କୈଳାସ ଚନ୍ଦ୍ର ଯେନା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁବଳ ଚରଣ ପତ୍ରୀ, ଓଷ୍ଟା ବ୍ଲକ ସମ୍ପାଦକ ମନୋରଞ୍ଜନ ପଣ୍ଡା, ଡଃ ଶଶଧର ସାହୁ, ଦେବେନ୍ଦ୍ର କୁମାର ଜେନା, ମଧୁସୂଦନ ମହାନ୍ତି, ଅରୁଣ କୁମାର ବେହୁରିଆ, ଶିକ୍ଷା ସଂଯୋଜିକା ଜ୍ୟୋସ୍ନାରାଣୀ ବାରିକ, ଶିକ୍ଷାବିତ ହରିହର ପ୍ରସାଦ ରାଉତ, ବିଶ୍ୱନାଥ ସାହୁ, ଅକ୍ଷୟ କୁମାର ମହାପାତ୍ର, ସରୋଜ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦାୟୀ ପ୍ରଧାନଶିକ୍ଷକ ଶ୍ରୀ ସାହୁ ଓ ଶିକ୍ଷା କର୍ମଚାରୀ ଶ୍ରୀ ବାରିକଙ୍କ ଆଦର୍ଶ ଗୁଣାବଳୀର ଆଳେଶକପାତ କରିବା ସହ ସେମାନଙ୍କ ଅବସରକାଳୀନ ନିରାମୟ ଜୀବନ କାମନା କରିଥିଲେ । ଏହି ଅବସରରେ ଭଣ୍ଡଶରିପୋଖରୀ ମାଧ୍ୟମିକ ପ୍ରଧାନଶିକ୍ଷକ ସଂଘ, ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓ ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଉଭୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭ ଉସôବକୁ ଶ୍ରୀ ଦାଶ ଓ ସରୋଜୀନି ସାହୁ ଉଦଘାଟନ କରିଥିଲେ । ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ସାହୁ ସ୍ୱାଗତ ଭାଷଣ, ସୁଷମାରାଣୀ ସେନାପତି ଅତିଥି ପରିଚୟ ଓ ମନୋରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।