ମନରୋ ନୀତି ଏକବିଂଶ ଶତାବ୍ଦୀରେ ଫେରିଲା
ମହାମେଘବାହନ ଐର ଖାରବେଳ ସ୍ୱାଇଁ : ଆମେରିକାର ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଡୁରୋଙ୍କୁ ବଳପୂର୍ବକ ଅପହରଣ କରିନେବା, ଏହା ପୁରାପୁରି ଭାବରେ ଆଶ୍ଚର୍ଯ୍ୟଜନକ ନୁହେଁ । କିଛି ଦିନ ହେଲା ଏହି ଅଞ୍ଚଳରେ ଅର୍ଥାତ୍, ଭେନେଜୁଏଲାରେ ଶାସନ ବଦଳାଇବା ପାଇଁ ଆମେରିକା ଚେଷ୍ଟା କରୁଥିଲା । ଏହାର ଅର୍ଥ ହେଉଛି ଆମେରିକା ଦ୍ୱାରା ଗୋଟିଏ ବଡ଼ ଧରଣର ସୈନ୍ୟ ସମାବେଶ ଦକ୍ଷିଣ ଆମେରିକାରେ କରାଯିବା, କାରିବିଆନ ଦ୍ୱୀପପୁଞ୍ଜରେ ଆମେରିକାର ପ୍ରାଧାନ୍ୟ ବିସ୍ତାର କରିବା ଗୋଟିଏ ବଡ଼ କାମ ଥିଲା । ଭେନେଜୁଏଲା ପ୍ରଶାନ୍ତ ମହାସାଗରୀୟ ଦ୍ୱୀପମାନଙ୍କ ମଧ୍ୟରେ ଥାଏ । ଏଥିରେ ଦେଖାଗଲା ସଠିକ୍ ଭାବରେ ଏବଂ ସମନ୍ୱିତ ଭାବରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା । ଏହା ହେଉଛି ଏକମାତ୍ର ପଦକ୍ଷେପ ଯାହାକି ରାଷ୍ଟ୍ରପତି ମାଡୁରୋଙ୍କ କ୍ଷମତାକୁ ଖର୍ବ କରିଦିଆଗଲା । ଏ କଥାକୁ କିପରି ଭାବରେ ହାସଲ କରାଗଲା ତାହା ସମୟ କହିବ । ଏପରିକି ଭେନେଜୁଏଲାର ଉପରାଷ୍ଟ୍ରପତି ଡେଲ୍ସି ରୋଡିଗୁଏଜ ମଧ୍ୟ ପ୍ରମାଣ ଚାହିଁଛନ୍ତି ଯେ, ସେ ଏ ପର୍ଯ୍ୟନ୍ତ ଜୀବିତ ଅଛନ୍ତି । ଏହାଛଡ଼ା ଆଉ ଗୋଟିଏ ବଡ଼ ପ୍ରଶ୍ନ ହେଉଛି ଭେନେଜୁଏଲାର ସୈନ୍ୟମାନେ କିପରି ଭାବରେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ମାଡୁରୋଙ୍କର କ୍ଷମତା ଉପରେ ପ୍ରଭାବ ଯଥେଷ୍ଟ । ଏଥିରେ ସୈନ୍ୟବାହିନୀର ସାହାଯ୍ୟ ଆବଶ୍ୟକତା ଅଛି । ଯେପର୍ଯ୍ୟନ୍ତ ସୈନ୍ୟସାମନ୍ତ ଜମା କରି ତାଙ୍କର ଆକ୍ରାମକ ଶାସନକୁ ଅଟକାଇ ନ ରଖାଯାଇଛି, ସେ ପର୍ଯ୍ୟନ୍ତ ସେ ସୁରକ୍ଷିତ ଥିଲେ । ଏପରିକି ସେଠାରେ ନିର୍ବାଚନରେ ଅନ୍ୟମାନେ ନିର୍ବାଚିତ ହୋଇଥିଲା ବେଳେ ସେ ବିଜୟ ହାସଲ କରିଥିବା ଗୋଷ୍ଠୀର କ୍ଷମତାକୁ ଭାଙ୍ଗିନଥିଲେ । ଏଡମୁଣ୍ଡୋ ଗଞ୍ଜାଲେଜ ୨୦୨୪ ନିର୍ବାଚନରେ ଜିତିଥିଲେ ମଧ୍ୟ ତାଙ୍କୁ ଜିତିବାକୁ ଦିଆଯାଇନଥିଲା । କେବଳ ମାଡୁରୋଙ୍କୁ ଦୃଶ୍ୟପଟ୍ଟରୁ ଅଲଗା କରିନେଲେ ଭେନେଜୁଏଲାର ରାଜନୀତି ଅନ୍ୟ ଗୋଟିଏ ମୋଡ଼କୁ ଯିବ ସେହିକଥା କୁହାଯାଉଥିଲା । ମାଡୁରୋ କ୍ଷମତାରୁ ଯିବା ପରେ କିପରି ଭାବରେ ଦେଶର ସ୍ଥିତି ରୂପରେଖ ନେବ ସେଥିପାଇଁ ଗୋଟିଏ ଘଟଣାକୁ ଉଠାଗଲା ଯେଉଁଠି ଚିନ୍ତା କରିବାର ବିଷୟ ଅଟେ । ମନେହେଉଛି ଆମେରିକା ଗୋଟିଏ ଏପରି ସମୟକୁ ଯାଉଛି, ଯେଉଁଠି ଦକ୍ଷିଣ ଆମେରିକାର ପରିବର୍ତ୍ତନ ବ୍ୟାପକ ଭାବରେ ଓ ବିନା ବାଧାରେ ଘଟୁଛି । ଏଥିରେ ପୃଥିବୀରେ କୌଣସି ପ୍ରକାର ସମାନ୍ତର ନାହିଁ । ପୃଥିବୀରେ ଏ ଧରଣ ସମାନ୍ତରାଳ ଘଟଣା କେଉଁଠି ନାହିଁ ।
ଅତୀତରେ ପାନମା କେନାଲ ସମ୍ପର୍କରେ ଏହିଭଳି ଘଟଣାଗୁଡ଼ିକ ଘଟିଥିଲା । ସେତେବେଳେ ପାନାମା ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । କେବଳ ସେତକ ନୁହେଁ ଗ୍ରେନାଡ଼ାରେ ସାଲଭାଡ଼ର ଆଲେଣ୍ଡେକୁ ଚିଲିରେ ମଧ୍ୟ ହଟାଇ ଦିଆଯାଇଥିଲା ଏବଂ ସେଠାରେ ଜେନେରାଲ ପିନଚେଟଙ୍କୁ ଗାଦିରେ ବସାଯାଇଥିଲା । ଏହା ଥିଲା ଏକପକ୍ଷ କାର୍ଯ୍ୟାନୁଷ୍ଠାନ, ଯାହାକୁ କେହି ମୁକାବିଲା କରିପାରିନଥିଲେ । ଏପରିକି ଯଥେଷ୍ଟ ପରିମାଣରେ ସୈନ୍ୟ ସଂଖ୍ୟା ଥିଲେ ମଧ୍ୟ ଏହାକୁ କେହି ରକ୍ଷା କରିପାରିନଥିଲେ । କେହି ଏହାକୁ ରଖିପାରିବେ ବୋଲି ମନେକରାଯାଉନଥିଲା । ଏହାକୁ ମଧ୍ୟ ଗୋଟିଏ ମ୍ୟାଜିକ୍ ବାକ୍ସ ଭଳି ବ୍ୟବହାର କରାଯାଉଥିଲା, ଯାହା ହେଉଛି ଆନ୍ତର୍ଜାତିକ ଆଇନର ଏକ ଅଂଶ । ତେଣୁ ଏଥିରେ ପ୍ରଶ୍ନ ଉଠୁଛି ଯେ, ବିଶ୍ୱର ନୀତି ହେଉଛି କ’ଣ ? ଆଜି ଜାତିସଂଘ ସମ୍ପୂର୍ଣ୍ଣ ବେସାହାରା ହୋଇପଡ଼ିଛି ବୋଲି କୁହାଯାଉଛି, ଯେଉଁଥିରେ ଏକ ସୁରକ୍ଷା ପରିଷଦ ଅଛି, ଯିଏକି ଯୁକ୍ତିଯୁକ୍ତ ନିଷ୍ପତ୍ତି ନେବାର କ୍ଷମତା ନାହିଁ । ଭାରତ ଠିକ୍ ଭାବରେ ବୁଝିଛି ଯେ, ଏହା ହେଉଛି ଉତ୍ତର ଦେବାରେ ଯଥେଷ୍ଟ ନୁହେଁ । ଯେପରିକି ଋଷିଆର ୟୁକ୍ରେନ ଉପରେ ଆକ୍ରମଣ ଅଟେ, ଯେଉଁଥିରେ ରାଷ୍ଟ୍ରନୀତି ସହିତ ନିଜର ନୀତିକୁ ମେଳ କରି ଦେଖାଯାଉଛି । କେବଳ ଏହି କ୍ଷେତ୍ରରେ ବହୁତ ବେଶୀ ପ୍ରଶ୍ନ କରାଯାଉଛି, ଯାହାକି ଆମେରିକା ସହିତ ମିଶାଇପାରିବ । ଭେନେଜୁଏଲାରେ ଏ ସମ୍ପର୍କରେ କଥା ଅନିଶ୍ଚିତ ରହିଛି । ବାହାରକୁ ସେଠାରେ ଅବସ୍ଥା ଶାନ୍ତ ପରି ଦେଖାଯାଉଛି । ବିରୋଧୀମାନଙ୍କର ମଧ୍ୟ ଏ ସମ୍ପର୍କରେ କଥା ଦେଖାଯାଉଛି ଯେ, ମାଡୁରୋଙ୍କର ବର୍ତ୍ତମାନ କୌଣସି ସ୍ପଷ୍ଟତା ନାହିଁ । ଏହା ସମ୍ପର୍କରେ କୌଣସି ସ୍ପଷ୍ଟତା ଏ ପର୍ଯ୍ୟନ୍ତ ନାହିଁ । ଟ୍ରମ୍ପ ମାରିଆ କୋରିନା ମାକାଡୋଙ୍କ ସମ୍ପର୍କରେ କହିବାକୁ ଗଲେ ସେ ହେଉଛନ୍ତି ଭେନେଜୁଏଲାର ସବୁଠାରୁ ଲୋକପ୍ରିୟ ବିରୋଧୀ ଦଳର ନେତା ଏବଂ ସେ ନୋବେଲ ଶାନ୍ତି ପୁରସ୍କାର ପାଇଛନ୍ତି । ଏଡମଣ୍ଡୋ ଗଞ୍ଜାଲେଜ ମଧ୍ୟ ମେ’ ୨୦୨୫ର ନିର୍ବାଚନ ଜିତିଥିଲେ । ତାଙ୍କୁ ମଧ୍ୟ ଅତ୍ୟାଚାରିତ କରାଯିବାରୁ ସେ ଦେଶ ଛାଡ଼ି ସ୍ପେନ୍ରେ ଅଛନ୍ତି । ଏ ସମୟରେ ତାଙ୍କୁ ମଧ୍ୟ ଅନେକ ଲୋକ ଦେଖା କରିଛନ୍ତି । ଏହି ବ୍ୟକ୍ତି ତାଙ୍କର ବୌଦ୍ଧିକ ସ୍ତରକୁ ଠିକ୍ ଭାବରେ ଉପସ୍ଥାପିତ କରିପାରିନଥିଲେ । ସେ ତାଙ୍କର ଜୀବନକାଳକୁ ପ୍ରଥମେ ଜଣେ ବସ୍ ଡ୍ରାଇଭର ହିସାବରେ ଆରମ୍ଭ କରିଥିଲେ । ସେ ବ୍ୟକ୍ତିଗତ ସ୍ତରରେ ନିଜର ସମୟକୁ ଦେଖିଥିଲେ । ପରିଶେଷରେ ଯେତେବେଳେ ଦେଖାଗଲା ସୈନ୍ୟମାନେ ତାଙ୍କୁ ରକ୍ଷା କରୁଛନ୍ତି ।
ଯଦି ସୈନ୍ୟମାନେ ଏକଜୁଟ ହୁଅନ୍ତି ଓ ଉପରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏଜଙ୍କ ପଛରେ ରୁହନ୍ତି, ତା’ହେଲେ କ’ଣ ଘଟିବ ୱାଶିଂଟନରେ ତାହା ଆଶା କରାଯାଉଛି । ଏପରିକି ସଶସ୍ତ୍ର ସେନା ଯିଏକି ମିଳାମିଶା କରୁଛି, ତାହା ଭେନେଜୁଏଲାର ସମ୍ବିଧାନକୁ ମଧ୍ୟ ବଦଳେଇବାର ସମ୍ଭାବନା ଅଛି । ୩୦ ଦିନ ମଧ୍ୟରେ ଏହା ଘଟିବ ବୋଲି ଆଶା କରାଯାଉଛି । ଆମେରିକାର ଦାବି ଯେ, ମାଡୁରୋ ହେଉଛନ୍ତି ଜଣେ ମୁଖ୍ୟ ବ୍ୟକ୍ତି, ଯିଏକି ନିଶା ଔଷଧ ବାଣ୍ଟିବାରେ ଆମେରିକାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଭେନେଜୁଏଲା ଅପେକ୍ଷା କଲମ୍ବିଆ ଏବଂ ମେକ୍ସିକୋ ମଧ୍ୟ ଅଧିକ ପରିମାଣରେ ଦାୟିତ୍ୱ ନେଇଛନ୍ତି, ସେ ଦେଶକୁ ନାର୍କୋଟିକ୍ସ ବନ୍ୟା ସ୍ୱତଃ ବୁହାଇବା ପାଇଁ । ଏହାଛଡ଼ା ଚୀନର ଭୂମିକା ଅଛି ଯେ, ଫାଣ୍ଟାନିଲ କ୍ୟାନ୍ନଟ୍କୁ ଯିଏ ବଦଳାଇପାରିବନାହିଁ ତାକୁ ଅବଜ୍ଞା କରାଯିବ । ଅତୀତରେ ରାଷ୍ଟ୍ରପତି ଟ୍ରୁମାନ ବିଭିନ୍ନ ଦେଶମାନଙ୍କୁ ଅଭିଯୋଗ କରିଥିଲେ ଯେ, ସେ ଦେଶମାନେ ମଧ୍ୟ ନିଶା ଔଷଧ ବାଣ୍ଟିବାରେ ଲାଗିଛନ୍ତି । ସେ ଦେଶରେ କ୍ଷମତାର ପରିବର୍ତ୍ତନ ହେଉ କି ନ ହେଉ ତାହା ଏକ ଖୋଲା ପ୍ରଶ୍ନବାଚୀ ଅଟେ । ଯାହାକୁ ମନା କରାଯାଇନପାରେ ତାହା ହେଉଛି ବିରୋଧୀ ଦଳର ସଂକେତ । ଯାହା ଫଳରେ ନୀତିରେ ବ୍ୟାପକ ପରିବର୍ତ୍ତନ ହେଉଛି । ଆମେରିକା ପରିଷ୍କାର ଭାବରେ ଦେଖାଇଛି ଯେ, ଏହାର ଉଦ୍ଦେଶ୍ୟ ହେଉଛି ଏକୁଟିଆ କାମ କରିବା । ଏହା ଶକ୍ତିଶାଳୀ ବୁଝାମଣା କରୁଛି ଯାହାକୁ ମନରୋ ନୀତି ବୋଲି କୁହାଯାଏ । ମନରୋ ନୀତିର ଅର୍ଥ ହେଲା ଆନ୍ତର୍ଜାତିକ ଆଇନ ପାଇଁ ଗୋଟିଏ ନିୟମ ଭିତ୍ତିକ ବ୍ୟବସ୍ଥା କରାଯିବ ଏବଂ ପୃଥିବୀରେ ଛୋଟ ଛୋଟ ଦେଶମାନେ ରହିବେ ଏବଂ ସେମାନେ ନାନା ପ୍ରକାର ଅସୁବିଧା ସହିତ ରହିବେ। ଏଭଳି କଥା ବିଶ୍ୱରେ ଚିନ୍ତାଜନକ ଅଟେ ।
ଅତୀତରେ ଆମେରିକା ପୃଥିବୀର ବିଭିନ୍ନ ଜାଗାରେ ହସ୍ତକ୍ଷେପ କରିଆସିଛି, ଯାହାକି ରାଷ୍ଟ୍ରମାନଙ୍କୁ ଅସ୍ଥିର କରିଛି ଏବଂ ସେମାନଙ୍କର ସ୍ୱାୟତ୍ତତାକୁ ନଷ୍ଟ କରିଛି । ଆମେରିକାର ବିଭିନ୍ନ ସ୍ଥାନରେ ହସ୍ତକ୍ଷେପ ସମ୍ପର୍କରେ ପ୍ରଥମ ହେଉଛି କ୍ୟୁବା ଏବଂ ପ୍ରଶାନ୍ତ ମହାସାଗରୀୟ କାରିବିଆନ ଦ୍ୱୀପପୁଞ୍ଜ । କାରିବିଆନ ଦ୍ୱୀପପୁଞ୍ଜରେ ଆମେରିକାର ହସ୍ତକ୍ଷେପ ଆରମ୍ଭ ହୋଇଥିଲା ୧୮୯୮ରେ, ଯେତେବେଳେ ସ୍ପେନ୍ର ଆମେରିକା ସାଙ୍ଗରେ ଯୁଦ୍ଧ ହୋଇଥିଲା । ଆମେରିକା ସ୍ପେନ୍କୁ ପରାସ୍ତ କଲା ପରେ ଏହା ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ସୃଷ୍ଟି କଲା କ୍ୟୁବା ଉପରେ । କ୍ୟୁବାରେ ଆମେରିକାର ସୈନ୍ୟମାନେ ରହିଲେ, ଯେଉଁମାନେ କି କ୍ୟୁବାର ରାଜନୀତିକୁ ନିୟନ୍ତ୍ରଣ କଲେ । ସେମାନେ କ୍ୟୁବାର ସ୍ୱାଧୀନତାକୁ ମଧ୍ୟ ନିୟନ୍ତ୍ରିତ କଲେ । ଯେତେବେଳେ ଶୀତଳ ଯୁଦ୍ଧ ଚାଲିଥିଲା ସେତେବେଳେ ଆମେରିକା ସମର୍ଥତ କାର୍ଯ୍ୟାନୁଷ୍ଠାନ ଚାଲିଲା ଯାହାକି ଫିଡେଲ କାଷ୍ଟ୍ରୋଙ୍କ ସରକାରକୁ ଉଡ଼ାଇନେବା ପାଇଁ ଚାହିଁଲେ । ଏହାଛଡ଼ା ବେ ଅଫ୍ ପିଗ୍ସ ଇନ୍ଭେଜନ ହେଉଛି ଏକ ଆକ୍ରମଣ ଯିଏକି ଅତି ଗଭୀର ଆଦର୍ଶଗତ ପ୍ରତିଦ୍ୱନ୍ଦ୍ୱିତାକୁ ବଢ଼ାଇଲା ଯାହା ଫଳରେ ଆମେରିକାର ସାମ୍ୟବାଦ ସାଙ୍ଗରେ ଲଢେ଼ଇ ହେଲା । ସେତେବେଳେ କ୍ୟୁବାରେ ଫିଡେଲ କାଷ୍ଟ୍ରୋଙ୍କର କମ୍ୟୁନିଷ୍ଟ ସରକାର ଚାଲିଥିଲା । ପାନାମାରେ ୧୯୮୯ରେ ମଧ୍ୟ ଏକ ପ୍ରକାର ଯୁଦ୍ଧ ହୋଇଥିଲା । ଏହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହସ୍ତକ୍ଷେପ ଯାହା ଲାଟିନ ଆମେରିକାରେ କରାଯାଇଥିଲା, ୧୯୮୯ରେ ଏହା ଘଟିଥିଲା । ଏ ସମ୍ପର୍କରେ ଯୁକ୍ତରାଷ୍ଟ୍ର ଆମେରିକା ଗୋଟିଏ ପଦକ୍ଷେପ ନେଇଥିଲା ଯାହା ହେଉଛି ଏକ ଯୁକ୍ତିଯୁକ୍ତ କାରଣ ଯାହାକି ଜେନେରାଲ ମାନୁଏଲ ନୋରେଗାଙ୍କୁ ବାହାର କରିଦିଆଯାଇଥିଲା, ଯିଏକି ପାନାମାର ବାସ୍ତବିକ ଶାସକ ଥିଲେ । କିନ୍ତୁ ଅଭିଯୋଗ କରାଗଲା ଯେ, ନୋରେଗା ନିଶା ଔଷଧ କାରବାର କରୁଛନ୍ତି । ଏହା ଆମେରିକାର ଗୁଇନ୍ଦା ସଂସ୍ଥାକୁ ମଧ୍ୟ ସନ୍ଦେହ କରାଯାଇଥିଲା, ଯିଏକି ନିଶା ଔଷଧ କାରବାର କରିବାରେ ଏବଂ ଦୁର୍ନୀତିକୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଆମେରିକାର ସୈନ୍ୟମାନେ ଆକ୍ରମଣ କରିଥିଲେ ଏବଂ ନୋରେଗାଙ୍କୁ କ୍ଷମତାରୁ ବାହାର କରିନେଇଥିଲେ । ଏହା ପରେ ଗଣତାନ୍ତ୍ରିକ ସରକାର ସେଠାରେ କ୍ଷମତାକୁ ଆସିଥିଲା ।
ଇରାନରେ ୧୯୫୩ର ସାମରିକ ବିଦ୍ରୋହ
ଯେତେବେଳେ ଶୀତଳ ଯୁଦ୍ଧ ଚାଲିଥିଲା ଆମେରିକା ସିଆଇଏ ମାଧ୍ୟମରେ ଏବଂ ବ୍ରିଟିଶ ଗୁଇନ୍ଦା ସଂସ୍ଥା ଗୋଟିଏ ସାମରିକ ବିଦ୍ରୋହ ଜରିଆରେ ସେଠାରେ ନିର୍ବାଚିତ ହୋଇଥିବା ପ୍ରଧାନମନ୍ତ୍ରୀ ମହମ୍ମଦ ମୁଶାଡେ଼ଙ୍କୁ କ୍ଷମତାଚ୍ୟୁତ କରିଥିଲେ, ଯେତେବେଳେ ସେ ଇରାନର ତେଲ ଶିଳ୍ପର ଜାତୀୟକରଣ କରିବାକୁ ଯାଇଥିଲେ । ଏହା କ୍ଷମତାକୁ ରକ୍ଷା କରିଥିଲା ଏବଂ ଶାହାଙ୍କୁ ରାଜତନ୍ତ୍ରର କ୍ଷମତା ଦେଇଥିଲା ଏବଂ ତାଙ୍କର ପ୍ରତିନିଧି ଇରାନକୁ ଶାସନ କଲେ । ପରିଶେଷରେ ଏହା ଶାହା ବିରୋଧୀ ଭାବନାକୁ ଦେଶରେ ପ୍ରତିଷ୍ଠିତ କଲା ଏବଂ ଏହା ମଧ୍ୟ ଇରାନର ତେଳ ଶିଳ୍ପକୁ ପ୍ରଭାବିତ କଲା । ଏହା ପୁନର୍ବାର ଶାହାଙ୍କ ସରକାରକୁ ଫେରିଆଣିବାକୁ ଚେଷ୍ଟା କଲା । ଏହା ଇରାନର ତେଳ ଶିଳ୍ପକୁ ମଧ୍ୟ ପ୍ରଭାବିତ କଲା । ଏହା ପୁନର୍ବାର ଶାହାଙ୍କୁ କ୍ଷମତାକୁ ଆଣିଲା, ଯାହାଙ୍କ ପ୍ରତିନିଧି ଇରାନକୁ ଶାସନ କଲେ । ଶେଷରେ ଏହା ଇରାନରେ ଆମେରିକା ବିରୋଧୀ ମନୋଭାବକୁ ସୃଷ୍ଟି କଲା, ଯାହା ଫଳରେ ୧୯୭୯ରେ ଇରାନରେ ବିଦ୍ରୋହ ହେଲା । ଏହି ଯୁଦ୍ଧ ମଧ୍ୟପ୍ରାଚ୍ୟରେ ବିଦ୍ରୋହ ସୃଷ୍ଟି କଲା । ଚିଲିରେ ୧୯୭୩ରେ ସାମରିକ ବିଦ୍ରୋହ ହେଲା । ଚିଲିରେ ଆମେରିକା ସରକାର ଗୋପନ ଭାବରେ ସେଠାରେ ଥିବା ସମାଜବାଦୀ ସରକାରଙ୍କୁ ହରାଇବା ପାଇଁ ଚେଷ୍ଟା କଲେ । ସେତେବେଳେ ଚିଲିରେ ସଲଭାଡର ଆଲେଣ୍ଡେଙ୍କର ସରକାର ଥିଲା । ଏହା ୧୯୭୦ରେ ନିର୍ବାଚିତ ହୋଇଥିଲା । ସିଆଇଏର କାର୍ଯ୍ୟାନୁଷ୍ଠାନ ବଳରେ ଏହା ସେଠାରେ କାମ କରୁଥିଲା । ଏହାର ଅର୍ଥ ଥିଲା ସମାଜବାଦୀ ସରକାରକୁ ହଟାଇବା, ଯାହା ଫଳରେ ଲୋକମାନଙ୍କର ଅର୍ଥନୈତିକ ଚାପଗୁଡ଼ାଏ ପଡ଼ିବ । ଯୁଦ୍ଧ ପାଇଁ ସେତେବେଳେ ବିଭିନ୍ନ ପ୍ରକାର ତଳ ସ୍ତରର ଭିତ୍ତିଭୂମି ପ୍ରତିଷ୍ଠା ହୋଇଥିଲା । ୧୯୭୩ ମସିହାରେ ସାମରିକ ବିଦ୍ରୋହ ଘଟିଲା ଏବଂ ଜେନେରାଲ ଅଗଷ୍ଟୋ ପିନଚେଟଙ୍କୁ କ୍ଷମତାକୁ ଆଣିଲା । ଏହା ଫଳରେ ଘୋର ଅତ୍ୟାଚାର ଚିଲିର ସମାଜରେ ଘଟିଲା ଏବଂ ଲୋକମାନେ ଅନେକ ସମୟରେ ଅସ୍ଥିର ହେଲେ । ୨୦୦୧ରୁ ୨୦୨୧ ମଧ୍ୟରେ ଅଫଗାନିସ୍ତାନରେ ଆମେରିକା ଯୁଦ୍ଧ କରିବାକୁ ଲାଗିଲା । ସେପ୍ଟେମ୍ବର ୧୧, ୨୦୦୧ରୁ ଆତଙ୍କବାଦୀମାନେ ଆମେରିକାରେ ଆକ୍ରମଣ କଲେ । ଆମେରିକା ଅଫଗାନିସ୍ତାନ ଆକ୍ରମଣ କଲା, ଯାହା ଫଳରେ ଅଲକାଏଦା ଓ ତାଲିବାନ କ୍ଷମତାରୁ ଗଲେ । ଏଥିପାଇଁ ଦୁଇ ଦଶନ୍ଧିର ଗୋଟିଏ ଲଢେ଼ଇ ସେଠାରେ ଚାଲିଲା ଏବଂ ଏଥିରେ ବହୁ ଧରଣର ବିପର୍ଯ୍ୟୟ ଘଟିଲା । ରାଜନୈତିକ ଫାଟ ଏଥିରେ ଦେଖାଗଲା ଏବଂ ସେ ସମ୍ପର୍କରେ ମାନବୀୟ ସଂକଟ ମଧ୍ୟ ଦେଖାଗଲା ଏବଂ ପରିଶେଷରେ ଆମେରିକାର ସୈନ୍ୟ ଆଫଗାନିସ୍ତାନରୁ ଓହରିଯିବାକୁ ବାଧ୍ୟ ହେଲେ ।
୨୦୦୩ର ଇରାକ ଆକ୍ରମଣ
ଆମେରିକା ୨୦୦୩ରେ ଇରାକ ଆକ୍ରମଣ କଲା । ଇରାକର ତଦାନୀନ୍ତନ ରାଷ୍ଟ୍ରପତି ସଦ୍ଦାମ ହୁସେନ ସେତେବେଳେ ଧ୍ୱଂସାତ୍ମକ ବୋମା ରଖିଥିଲେ ବୋଲି ଅଭିଯୋଗ କରାଗଲା । ସେତେବେଳେ ରାଷ୍ଟ୍ରପତି ସଦ୍ଦାମ ହୁସେନଙ୍କୁ ଏଥିପାଇଁ ଦାୟୀ କରି ତାଙ୍କୁ ବନ୍ଦୀ କରିବା ପାଇଁ ଚେଷ୍ଟା କରାଗଲା ଓ ଏଥିରେ ଆମେରିକା ସଫଳ ମଧ୍ୟ ହେଲା । ଯେତେବେଳେ ସଦ୍ଦାମ ହୁସେନଙ୍କୁ କ୍ଷମତାରୁ ହଟାଇ ଦିଆଗଲା ସେତେବେଳେ ସେ ଅଞ୍ଚଳରେ ଅସ୍ଥିରତା ଦେଖାଗଲା, ଯାହା ଫଳରେ ଏ ପର୍ଯ୍ୟନ୍ତ ସେଠାରେ ଅସ୍ଥିରତା ଲାଗିରହିଛି । ଜାନୁଆରୀ ୨୦୨୬ରେ ଆମେରିକା ଭେନେଜୁଏଲାରେ ଆକ୍ରମଣ କରି ସେଠାକାର ରାଷ୍ଟ୍ରପତି ନିକୋଲାସ ମାଡୁରୋ ଏବଂ ତାଙ୍କ ସ୍ତ୍ରୀଙ୍କୁ ଉଠାଇ ଆଣିଲା । ଏହା ପ୍ରମାଣିତ କରୁଛି ଯେ, ଆମେରିକା ସାରା ପୃଥିବୀକୁ ଅଧିକାର କରିବାକୁ ଚାହେଁ ଏବଂ ତାହା ବିରୁଦ୍ଧରେ କେହି କିଛି କରିପାରିବା ସମ୍ଭବ ନୁହେଁ ।
e-mail:kharabelaswain@gmail.com
ମୋବାଇଲ୍ -୯୪୩୭୦୨୦୨୯୦
Samir Kumar Rout