୧୦ ବର୍ଷ ପୂରଣ କଲା ମହିଳା ସହଯୋଗ କେନ୍ଦ୍ର - "ମାଧ୍ୟମ'

ଭୁବନେଶ୍ୱର, ୩ା୯ : କମିଶନରେଟ୍ ପୁଲିସ ଓ ଏସ.ଡ଼ିର ମିଳିତ ସହଯୋଗରେ ଉଭୟ କଟକ ଓ ଭୁବନେଶ୍ୱରର ଡିସିପି ଅଫିସ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା "ମାଧ୍ୟମ' ମହିଳା ସହଯୋଗ କେନ୍ଦ୍ରକୁ ଆଜି ୧୦ ବର୍ଷ ପୁରିଛି । ଏହି ଅବସରରେ ଆଜି କମିଶନରେଟ୍ ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ "ମାଧ୍ୟମ'ର ୧୦ ବର୍ଷର ବାର୍ଷିିକ ରିପୋର୍ଟକୁ ପୁଲିସ କମିଶନର ସଂଞ୍ଜୀବ୍ ପଣ୍ଡା ଉନ୍ମୋଚନ କରିଛନ୍ତି ।
ସୂଚନା ଯୋଗ୍ୟଯେ, ଉଭୟ କଟକ ଓ ଭୁବନେଶ୍ୱରର ପରିସଂଖ୍ୟାନ ଦେଖିଲେ ଦେଖାଯାଏ ଯେ, ବର୍ତ୍ତମାନ ଥାନା ଗୁଡ଼ିକ ଅପେକ୍ଷା ନ୍ୟାୟ ପାଇଁ ଲୋକେ "ମାଧ୍ୟମ'କୁ ଆସୁଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ମୋଟ ୫୬୧୬ ଜଣ ମହିଳା ଏହି କେନ୍ଦ୍ରକୁ ଆସିଥିବା ବେଳେ ସେ ମଧ୍ୟରୁ ୪୩୯୨ଟି ଅଭିଯୋଗକୁ ପଞ୍ଜିକୃତ କରାଯାଇ ଉଭୟ ପକ୍ଷଙ୍କୁ ଡାକି ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇଥିଲା । ମୋଟ ପଞ୍ଜିକୃତ ୪୩୯୨ଟି ଅଭିଯୋଗ ମଧ୍ୟରୁ ୨୭୭୯ଟି କେସରେ ସମାଧାନ ହୋଇପାରିଛି । ଯେତେସବୁ କେସ ପଞ୍ଜିକୃତ ସେ ମଧ୍ୟରୁ ପାରିବାରିକ ହିଂସା ସମ୍ବନ୍ଧୀୟ କେସ୍ ଅଧିକ ଆସିଛି । ଯାହା ପୁଲିସ ପାଖେ ସମୟ ହୋଇ ନଥାନ୍ତା ଏତେ ମାତ୍ରାରେ ସମୟ ଦେଇ କେସର ସମାଧାନ କରିବା ପାଇଁ ତେଣୁ "ମାଧ୍ୟମ' କେସ ସମାଧାନ କରିବାରେ ଏକ ବିଶେଷ ଭୂମିକା ତୁଲାଇଛି ।