ନକଲି ପୁଲିସ ଅଧିକାରୀ ଗିରଫ ଘଟଣା ; ଆଉ ଜଣେ ମହିଳାଙ୍କ ଅଭିଯୋଗ ; ୫ରୁ ୨ ଦିନିଆ ରିମାଣ୍ଡରେ ଆସିବ ଅଭିଯୁକ୍ତ

ନକଲି ପୁଲିସ ଅଧିକାରୀ ଗିରଫ ଘଟଣା ; ଆଉ ଜଣେ ମହିଳାଙ୍କ ଅଭିଯୋଗ ; ୫ରୁ ୨ ଦିନିଆ ରିମାଣ୍ଡରେ ଆସିବ ଅଭିଯୁକ୍ତ

  • ଭୁବନେଶ୍ୱର, ୩ା୯ : ନିଜକୁ ଜଣେ ପୁଲିସ ଅଧିକାରୀ ପରିଚୟ ଦେଇ ବହୁ ମହିଳା ଓ ଯୁବତୀଙ୍କୁ ଜାଲରେ ଫସାଇ ସେମାନଙ୍କ ସହ ବିବାହ କରିବାକୁ କହି ଲୁଟ୍ କରୁଥିବା ଜଣେ ସୁବାଷ ଚନ୍ଦ୍ର କାନାୱାରକୁ ରବିବାର ଦିନ ଗିରଫ କରିଥିଲା ଖଣ୍ଡଗିରି ଥାନା ପୁଲିସ । ହେଲେ ଅଭିଯୁକ୍ତ ନାଁରେ ଆହୁରି ଠକେଇ ତାଲିକା ବଢ଼ୁଥିବାରୁ ତାକୁ ୩ ଦିନିଆ ରିମାଣ୍ଡରେ ଆଣିବାକୁ ପୁଲିସ କୋର୍ଟରେ ଆବେଦନ କରିଥିବା ବେଳେ, କୋର୍ଟ ୫ ତାରିଖ ଠାରୁ ୬ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଅନୁମତି ଦେଇଥିବା ଜଣାପଡ଼ିଛି । ପୁଲିସ ୫ ତାରିଖ ଦିନ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ବହୁ ତଥ୍ୟ ଓଗାଳିବାର ଆଶା ରଖିଛି । ଏନେଇ ପୁଣି ଆଜି ଜଣେ ମହିଳା ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିବା ଡ଼ିସିପି ସୂଚନା ଦେଇଛନ୍ତି ।
    ସୂଚନା ଯୋଗ୍ୟଯେ, ଗତ ଅଗଷ୍ଟ ମାସ ୩୧ ତାରିଖ ୧୧.୩୫ରେ ପୀଡ଼ିତା ଖଣ୍ଡଗିରି ଥାନାରେ ପହଞ୍ଚି ଏକ ରିପୋର୍ଟ କରିଥିଲେ । ରିପୋର୍ଟରେ ଲେଖାଥିଲା, ୪ ବର୍ଷ ପୂର୍ବରୁ ସେ ସୁବାଷ ଚନ୍ଦ୍ର କାନାୱାର ନାମକ ଜଣେ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇଥିଲା । ଯିଏ ତାଙ୍କୁ ତୁମ୍ବାପାଡିର ମନୋଜ୍ ମିଶ୍ର, , ପିତା ନିରଞ୍ଜନ ମିଶ୍ର, ଥାନା/ଜିଲ୍ଲା ଭଦ୍ରକ ଅସଥ୍ୟ ଠିକଣା ରାଉରକେଲା, ସେ ଅବିବାହିତା ଏବଂ ସେ ଝାରସୁଗୁଡ଼ା ଜିଲ୍ଲାରେ ପୁଲିସ ଇନ୍ସପେକ୍ଟର ଭାବରେ କାର୍ଯ୍ୟ କରୁଛନ୍ତି । ପରେ ତାଙ୍କୁ ତାଙ୍କ ମୋବାଇଲ ନମ୍ବର, ଆଧାରକାର୍ଡ ପଠାଇଥିଲେ । ସେହି ଉପାୟରେ ସେ ପୀଡ଼ିତାଙ୍କୁ ବିବାହ କରିବାକୁ ପ୍ରବର୍ତ୍ତାଇ ଗତ ୨୧ ଅଗଷ୍ଟରେ ପୀଡ଼ିତାଙ୍କ ସହ ବିବାହ କରିଥିଲେ । ଯେତେବେଳେ ପୀଡ଼ିତା ତାଙ୍କୁ ପରିବାର ଲୋକଙ୍କ ସହ ସାକ୍ଷାତ କରିବାକୁ କହିଥିଲେ, ସେତେବେଳେ ସେ ତାଙ୍କୁ ଅସ୍ୱୀକାର କରିଥିଲେ ଏବଂ ସର୍ଭିସ ବୁକ୍ ରେକର୍ଡରେ ତାଙ୍କ ନାମ ପ୍ରବେଶ କରିବା ପରେ ସେ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବେ ବୋଲି କହିଥିଲେ । ଜୁଲାଇ ମାସରେ ଯେତେବେଳେ ଅଭିଯୁକ୍ତ ବ୍ୟକ୍ତି ତାଙ୍କ ଶାଶୁଙ୍କୁ ଦେଖା କରିବାକୁ ତାଙ୍କ ଘରକୁ ଯାଇଥିଲେ । ସେତେବେଳେ ପୀଡ଼ିତା ଓ ତାଙ୍କ ପରିବାର ଲୋକେ ତାଙ୍କ କାରର ରେଜିଷ୍ଟେସନ ନମ୍ବର ଦ୍ୱାରା ଜାଣିବାକୁ ପାଇଥିଲେ ସେ ଜଣେ ଠକ ବୋଲି । ସେ କାରରେ ଲେଖା ରହିଛି ସୁବାଷ ଚନ୍ଦ୍ର କାନାୱାର ବୋଲି । ହେଲେ ସେତିକି ବେଳେ ପୀଡ଼ିତା ଗର୍ଭବତୀ ହୋଇଯାଇଥିଲେ । ପରେ ଜଣାପଡ଼ିଥିଲା ଅଭିଯୁକ୍ତର ୩ଟି ସ୍ତ୍ରୀ ରହିଛି । ଅଭିଯୁକ୍ତ ମିଛ କହି ମହିଳାଙ୍କ ଠାରୁ ଟଙ୍କା ସୁନା ନେଇଯାଇଛି । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ରବିବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ, ଆଜି ପୁଣି ଜଣେ ମହିଳା ଥାନାର ଦ୍ୱାରସ୍ତ ହୋଇ ଅଭିଯୁକ୍ତ ନାଁରେ ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ପୁଲିସ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆଜି କୋର୍ଟରେ ଆବେଦନ କରିଥିବା ବେଳେ, କୋର୍ଟ ୫ ତାରିଖ ଠାରୁ ୬ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ରିମାଣ୍ଡ ମଞ୍ଜୁର କରିଛନ୍ତି ।