କବାଡିଆ ଦୋକାନରେ ମଦ କାରବାର; ମହିଳା ଗିରଫ

ଭୁବନେଶ୍ୱର, ୧୩ା୧୧ : ବହୁଦିନ ହେବ ଧଉଳି ଥାନା ଅଧିନ ଏନଏଚ-୩୧୬ ପାଶ୍ୱର୍ରେ ଥିବା ଏକ କବାଡିଆ ଦୋକାନରେ ଚାଲିଥିଲା ଦେଶୀମଦ କାରବାର । ଯାହାର ନଜର ପୁଲିସ ପାଖରେ ନଥିଲା । ଆଜି ଥାନାର ପେଟ୍ରୋଲିଂ ଟିମ ପେଟ୍ରୋଲିଂ ଚଳାଇଥିବା ବେଳେ ଖବର ପାଇ ଅଚାନକ ରେଡ କରି ଜରେ ମହିଳାଙ୍କୁ ଗିରଫ କରିବା ସହ ୧୦ ଲିଟର ଦେଶୀ ଆସ୍କା-୪୦ ମଦ ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ମହିଳା ହେଲେ, ଧଉଳି ଅଞ୍ଚଳର ସବିତା ମଣ୍ଡଳ । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଯୋଗ୍ୟଯେ, ଆଜି ଧଉଳି ଥାନାର ଏକ ଟିମ ଏନଏଚ-୩୧୬ ପାଶ୍ୱର୍ରେ ଥିବା ଏକ କବାଡିଆ ଦୋକାନରେ ଅତର୍କିତ ଚଢ଼ାଉ କରି ବେଆଇନ୍ ଦେଶୀମଦ ବିକ୍ରି କରୁଥିବା ବେଳେ ମହିଳା ବେପାରୀଙ୍କୁ କାବୁ କରିଥିଲେ । ପରେ ଦୋକାନରେ ଛାନଭିନ ସମୟରେ ଦୋକାନରୁ ୧୦ ଲିଟର ଦେଶୀମଦ ଜବତ କରାଯାଇଛି