୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡିଶା ଗସ୍ତ ; ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି

୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡିଶା ଗସ୍ତ ; ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି
୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡିଶା ଗସ୍ତ ; ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି

  • ଭୁବନେଶ୍ୱର, ୧୨ା୯ : ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡିଶା ଗସ୍ତ ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ସଞ୍ଜୀବ ପଣ୍ଡା । ସେ ଗଣମାଧ୍ୟମକୁ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଉଛି । ବିମାନବନ୍ଦରରୁ ଜନତା ମଇଦାନ ରାସ୍ତାରେ ହେବ ବ୍ୟାରିକେଡ୍ । ଏହାଛଡା ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍ କଟକଣା ଲାଗୁ ହେବ । ଖାଲି ସେତିକି ନୁହେଁ, ସାଧା ପୋଷାକରେ ବି ପୁଲିସ ବୁଲିବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଆଖିରେ ରଖି ଗୁଇନ୍ଦା ବିଭାଗ ଅଧିକ ସକ୍ରିୟ ରହିଛି ।
    ସୂଚନାଯୋଗ୍ୟ, ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସିବେ । ଜନତା ମଇଦାନରେ ସେ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ । ଏହା ସହ ଆଉ କିଛି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ପ୍ରକଳ୍ପ ଗୁଡିକ ସମ୍ପର୍କରେ ସରକାରୀ ଭାବେ କିଛି ସୂଚନା ଦିଆଯାଇ ନାହିଁ । ୧୭ ତାରିଖରେ ପ୍ରଧାନମନ୍ତ୍ରୀ ଅହମଦାବାଦରୁ ଭୁବନେଶ୍ୱର ଆସିବେ । ସକାଳ ୧୧ଟା ୩୫ରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସେ ସିଧା ଜନତା ମଇଦାନ ଯିବେ । ୧୨ଟାରୁ ୧ଟା ପର୍ଯ୍ୟନ୍ତ ଏକ ଘଣ୍ଟା ସେ ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । କାର୍ଯ୍ୟକ୍ରମ ସରିଲା ପରେ ସେ ପୁଣି ସିଧାସଳଖ ବିମାନବନ୍ଦର ଯାଇ ନୂଆଦିଲ୍ଲୀ ଫେରିଯିବେ । ଯାହାକୁ ନେଇ କମିଶନରେଟ୍ ପୁଲିସ ପକ୍ଷରୁ ଆଜି ପୁଲିସ ମୁଖ୍ୟାଳୟରେ ସମସ୍ତ ଥାନାର ଅଧିକାରୀ, ଏସିପି ଓ ଅଫିସର ମାନଙ୍କୁ ନେଇ ମିଟିଂ କରାଯିବା ସହ କେମିତି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ ସେ ନେଇ ଗୁରୁମନ୍ତ୍ର ଦେଇଥିଲେ ପୁଲିସ କମିଶନର ସଞ୍ଜୀବ ପଣ୍ଡା । ସେଠାରେ ଏକ ଅସ୍ତାୟୀ ପୁଲିସ କ୍ୟାମ୍ପ କରାଯାଇଛି । ସମାବେଶରେ ଅଧିକ ମହିଳା ଆସିବାକୁ ଥିବାରୁ ମହିଳା ପୁଲିସ ନିୟୋଜିତ ହେବା ସହ ବମ ସ୍କ୍ୱାର୍ଡ, ଡଗ୍ ସ୍କ୍ୱାର୍ଡ ସମ୍ପୃର୍ଣ୍ଣ ଅଞ୍ଚଳ ବୁଲି ତଦାରଖ କରିବେ । ଏହି ସବୁକୁ ନଜରରେ ରଖି ଆଜି ଜନତା ମଇଦାନକୁ ପୁଲିସ ଡ଼ିଜି ଯୋଗେଶ ବାହାଦୁର ଖୁରାନିଆ, ପୁଲିସ କମିଶନର ସଞ୍ଜୀବ ପଣ୍ଡା, ଡ଼ିସିପି ପ୍ରତୀକ ସିଂହ ଓ ଗୁଇନ୍ଦା ବିଭାଗ ଟିମ ପହଞ୍ଚି ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିଥିଲେ ।