ପେଣ୍ଠରେ ପର୍ଯ୍ୟଟକଙ୍କ ଭିଡ
ରାଜନଗର : ରାଜନଗର ବ୍ଲକର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ପେଣ୍ଠ ସମୁଦ୍ର କୂଳରେ ରଜ ଉସôବ ପରିପ୍ରେକ୍ଷୀରେ ପର୍ଯ୍ୟଟକମାନେ ଭିଡ ଜମାଇଥିବା ଦେଖିବାକୁ ମିଳିଛି । ପ୍ରଥମ ରଜ ଶନିବାର ଦିନ ପ୍ରାୟ ୫ହଜାର ପର୍ଯ୍ୟଟକ ବଣଭୋଜି କରିବା ସହ ସମୁଦ୍ରରେ ଗାଧୋଇବାର ମଜା ନେଇଥିଲେ । ରବିବାର ରଜ ସଂକ୍ରାନ୍ତୀ ଦିନ ମଧ୍ୟ ୭ହଜାରରୁ ଉଦ୍ଧ୍ୱର୍ ପର୍ଯ୍ୟଟକଙ୍କ ଭିଡ ଲାଗି ରହିଥିଲା । କେବଳ ରାଜନଗର ବ୍ଲକ ନୁହେଁ, ଆଳି, ପଟ୍ଟାମୁଣ୍ଡାଇ, ରାଜକନିକା, କେନ୍ଦ୍ରାପଡା, ଡେରାବିଶ ବ୍ଲକ ବ୍ୟତୀତ ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକରୁ ଅନେକ ପର୍ଯ୍ୟଟକ ଆସିଥିବା ଦେଖିବାକୁ ମିଳିଥିଲା । ସେଠାରେ ବଣଭୋଜି କରିବା ସହ ଝାଉଁବଣ ଓ ବରୁଣେଇ ମୁହାଁଣରେ ବୁଲିବାର ମଜା ନେଇଥିଲେ ।