ପାବନ ଦଲାଇଲାମାଙ୍କୁ ଭେଟିଲେ ସାଂସଦ 

 କେନ୍ଦୁଝର:  କେନ୍ଦୁଝର ସାଂସଦ ଅନନ୍ତ ନାୟକ ହିମାଚଳ ପ୍ରଦେଶର ଧର୍ମଶାଳା ନିକଟସ୍ଥ ମ୍ୟାକଲୋଡଗଂଜ ଠାରେ ନୋବେଲ ପୁରସ୍କାର ବିଜେତା ପରମ ପାବନ ଦଲାଇଲାମାଙ୍କୁ ସାକ୍ଷାତକରି ତାଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି  । ଏହି ଅବସରରେ ପରମ ପାବନ ଦଲାଇଲାମା ଶ୍ରୀ ନାୟକଙ୍କ  ବୌଦ୍ଧ ଧର୍ମ ସମ୍ପର୍କରେ ଓ ନିର୍ବାସିତ ତିବ୍ୱତୀୟ  ମାନଙ୍କ ସମ୍ପର୍କରେ ତାଙ୍କ ସହ ଆଲୋଚନା କରିଥିଲେ । ଶ୍ରୀ ନାୟକ ମଧ୍ୟ ଚୀନ ତିବତକୁ ଅଧିକାର କରି ନେବା ପରେ କିପରି ସେଠାରେ ତିବ୍ୱତୀୟ ମାନଙ୍କ ସହ ପାଶବିକ ଅତ୍ୟାଚାର କରିବା ସହ ସେଠାକାର ତିବ୍ୱତୀୟ ସଂସ୍କୃତିକୁ ନଷ୍ଟ କରିବାକୁ ସୁନିୟୋଜିତ ଭାବେ ଅଭିଯାନ ଚଳାଉଛି ତାକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ତିବ୍ୱତର ସ୍ୱାଧୀନତା ଉତ୍ତର ଭାରତର ସୀମାନ୍ତର ସୁରକ୍ଷା ପାଇଁ ଅତ୍ୟନ୍ତ ଜରୁରୀ ବୋଲି ଶ୍ରୀ ନାୟକ ମତ ପ୍ରକାଶ କରିଥିଲେ । କେନ୍ଦୁଝର ସାଂସଦ ଶ୍ରୀ ନାୟକ ଏକ ସଂସଦୀୟ କମିଟି ଗସ୍ତରେ ବର୍ତମାନ ହିମାଚଳ ପ୍ରଦେଶ ଗସ୍ତରେ ଅଛନ୍ତି  । ଏହି ସାକ୍ଷାତ ସମୟରେ ତାଙ୍କର ଧର୍ମପତ୍ନୀ ଲବଙ୍ଗଲତା ନାୟକ ମଧ୍ୟ ଉପସ୍ଥିତ ଥିଲେ । ଏହା ସହ ସଂସଦୀୟ କମିଟିର ଅନ୍ୟ ସଦସ୍ୟ  ମଧ୍ୟ ଗୁରୁଡୀଙ୍କୁ ସାକ୍ଷାତ କରିଛନ୍ତି ।