ସିନ୍ଧୁକେଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଠା

 ସିନେ୍ଦାଳ ପଞ୍ଚାୟତ ଅନ୍ତର୍ଗତ ନୂଆସାହିରେ ସିନ୍ଧୁକେଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଚାରିଦିନ ବ୍ୟାପୀ କାର୍ଯ୍ୟକ୍ରମରେ ଗ୍ରାମରେ ଭକ୍ତିପୂତ ପରିସର ସୃଷ୍ଟି ହୋଇଥିଲା । ଅଙ୍କରାରୋପଣ ପରେ ପୁରୁଷ ଓ ମହିଳାମାନଙ୍କ ଦ୍ୱାରା ଜଳଭିଷେକ ଲାଗି ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । କଳସ ଶୋଭାଯାତ୍ରା ପରେ ଅଗ୍ନି ସ୍ଥାପନ, ଶିଖର କଳସ ସ୍ୱାନ, ଦେବତାମାନଙ୍କ ନଗର ପରିକ୍ରମା ଏବଂ ପ୍ରାଣ ପ୍ରତିଷ୍ଠା କରାଯିବା ପରେ ମହାଦେବଙ୍କ ନାମ କରଣ ସିନ୍ଧୁକେଶ୍ୱର ବୋଲି ସ୍ଥିର କରାଯାଇଛି । ମହାଯଜ୍ଞର ପୂର୍ଣ୍ଣାହୂତି ପରେ ସର୍ବସାଧାରଣଙ୍କ ଉଦେ୍ଦଶ୍ୟରେ ଲୋକାର୍ପିତ କରାଯାଇଛି । ମହାଦେବଙ୍କ ମନ୍ଦିର ନିର୍ମାଣ ଲାଗି ବଉଳପାଳ ଗାଁର ଶିଳ୍ପୀ ରବିନ୍ଦ୍ର ସାହି ଓ ରଘୁନାଥ ସାହୁଙ୍କୁ ଗ୍ରାମବାସୀ ପକ୍ଷରୁ ଶ୍ରେୟ ପ୍ରଦାନ କରାଯିବା ସହିତ ମୁଖ୍ୟଅତିଥି ସରପଞ୍ଚ ସୁପ୍ରଭା ପାଣି ଓ ପୂଜକଙ୍କ ଦ୍ୱାରା ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ପୂଜକ କୃଷ୍ଣମୋହନ ମିଶ୍ର, କର୍ତ୍ତାଭାବେ ବାବାଜୀ ମଳିକ ଓ ଶାନ୍ତିଲତା ମଳିକ ଦାୟିତ୍ୱ ନିର୍ବାହ କରିଥିବା ବେଳେ, ଆଚାର୍ଯ୍ୟ କାଳନ୍ଦି ପାଣିଗ୍ରାହୀଙ୍କ ସମେତ ପଣ୍ଡିତ କମଳାକାନ୍ତ ମିଶ୍ର, ସରୋଜ ଦ୍ୱିବେଦୀ ଓ ସୁଶାନ୍ତ ସାଆନ୍ତ ପ୍ରମୁଖ ସମସ୍ତ ପୂଜାକାର୍ଯ୍ୟ କରିଥିଲେ । ଗ୍ରାମ କମିଟି ମୁଖ୍ୟ ଧନେଶ୍ୱର ମଳିକ, ଜଗବନ୍ଧୁ ମଳିକ, ସନ୍ତୋଷ ଦାସ, ପ୍ରଭାତ ମଳିକ, ବିଦ୍ୟାଧର ମଳିକ, ଅନିରୁଦ୍ଧ ମଳିକ, ନିତ୍ୟାନନ୍ଦ ଦାସ, ନାରାୟଣ ଦାସ, ଜଳନ୍ଧର ଦାସ, ଚିନ୍ତାମଣି ମଳିକ, ରମାକାନ୍ତ ଦାସ, ଅଭିମନୁ୍ୟ ମଳିକ, ମାଘ ମଳିକ ଓ ନାଗେଶ୍ୱର ମଳିକ, ଯୁବଗୋଷ୍ଠି ଦୀପକ ଦାସ, ନିତ୍ୟାନନ୍ଦ ମଳିକ, ସରୋଜ ମଳିକ ଓ ଜଗତ ମଳିଙ୍କ, ଅଭିମନୁ୍ୟ ଦାସ, ନୃସିଂହ ଦାସ, ବୁଦ୍ଧିରାମ ଦାସ, ବଳରାମ ଦାସ, ବାବୁଲା ମଳିକ, ଦୀନବନ୍ଧୁ ମଳିକ ଓ ବୁଲୁ ମଳିକ ପ୍ରମୁଖ ପରିଚାଳନା କରିଥିଲେ ।