୨ ପୃଥକ ଦୁର୍ଘଟଣା 

 ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଅଞ୍ଚଳରେ ୨ଟି ପୃଥକ ଦୂର୍ଘଟଣା ଘଟିଛି । ଦୂର୍ଘଟଣାରେ କୌଣସି ଧନଜୀବନ ହାନି ଘଟି ନଥିବା ବେଳେ, ୩ଟି ଗାଡି କ୍ଷତିଗ୍ରସ୍ତ ହୋଇଛି । ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଞ୍ଚବଣିଆ ଛକ ରାସ୍ତା ପ୍ୱାର୍ଶ୍ୱରେ ଏକ ଟ୍ରକ ରହିଥିଲା । ବ୍ରହ୍ମପୁର ଠାରୁ ଆସିକା ଅଭିମୁଖେ ଯାଉଥିବା ଏକ ଟ୍ରକ ରାସ୍ତା ପ୍ୱାର୍ଶ୍ୱରେ ଅଟକି ରହିଥିବା ଟ୍ରକ ପଛପଟକୁ ଧକ୍କା ଦେଇଥିଲା । ଅନୁରୂପ ଭାବେ ବିଜେପି ଘୁମୁସର ଜିଲ୍ଲା ସଭାପତି ବିଜୟ ସ୍ୱାଇଁ କାର୍  ଯୋଗେ ବ୍ରହ୍ମପୁର ଠାରୁ ଶ୍ୟାମଳାଇ ନିକଟସ୍ଥ ଜିଲ୍ଲା କାର୍ଯ୍ୟାଳୟକୁ ଯାଉଥିବା ବେଳେ ବ୍ରହ୍ମପୁର ଠାରୁ ଆସିକା ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ ଶ୍ୟାମଳାଇ ଛକ ନିକଟସ୍ଥ ବିଜେପି ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ କାର୍ ପଛକୁ ଧକ୍କା ଦେଇଥିଲା । ଦୂର୍ଘଟଣାରେ ଜିଲ୍ଲା ସଭାପତି ବିଜୟ ସ୍ୱାଇଁ ଓ ବସ୍ର କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।