ମଦ ଜବତ, ୪ ଗିରଫ 

 ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା  ମ.ରାମପୁର ପୋଲିସ  ୨୦୦ଲିଟର ରନ୍ଧା ଦେଶୀ ମଦ ବୋଝେଇ ପିକ ଅପ୍ ଗାଡି  ଜବତ ସହ ୪ଜଣକୁ ଗିରଫ କରିଛି । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକ ବାଣ୍ଡି ଗାଁ ରୁ ଗୁନ୍ଦାବାରୁ ଗାଁକୁ ଚୋରା ଚାଲାଣ ବେଳେ, ବିଶେଷ ସୂତ୍ରରୁ ଖବର ପାଇ ମ.ରାମପୁର ପୁଲିସ ହାତୀମୁଣ୍ଡା ଗାଁ ନିକଟରେ  ଚଢ଼ଉ କରି ଜବତ କରିଛି । ଗିରଫ ୪ଜଣ ହେଲେ ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବାଣ୍ଡି ଗାଁ ର ବିଦ୍ୟା ସୁନା, ଜାନୀ ମାଝୀ, ବାଳକୃଷ୍ଣ ପାତ୍ର, ବଦନା ମାଝୀ ବୋଲି ଜଣାପଡ଼ିଛି । ଏସ୍ଆଇ ଅଭିରାମ ରାଓ, ଏଏସ୍ଆଇ ବଳରାମ ଯାନୀ ସମେତ ଅନ୍ୟାନ୍ୟ ପୁଲିସ କର୍ମଚାରୀ ସାମିଲ ଥିଲେ ।