୨ ଶିଶୁ ଶ୍ରମିକ ଉଦ୍ଧାର
ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ଦ୍ୱାରା କୋରକୁଣ୍ଡା ବଜାର ଓ ବାଲିମେଳା ନଗର ଅଞ୍ଚଳ ପରିଷଦର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢଉ କରାଯାଇ ୨ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ଏହି ଶିଶୁ ଶ୍ରମିକଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରାଯାଇଛି । ଏହା ସହ ଶିଶୁ ଶ୍ରମିକମାନଙ୍କୁ ନିୟୋଜିତ ନ କରିବା ପାଇଁ ସଚେତନତା କରାଯାଇଛି । ସେହିପରି ଶିଶୁ ଓ କିଶୋର ଶ୍ରମିକ ନିୟୋଜିତ ହୋଇନଥିବା ବ୍ୟବସାୟ ପ୍ରତିଷ୍ଠାନ ମାଲିକଙ୍କୁ ପ୍ରୋତ୍ସାହନ କରାଯାଇଥିଲା । ଏହି ଚଢଉରେ ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା, ସହକାରୀ ଶ୍ରମ ଅଧିକାରୀ, ବିନି ମୁଦୁଲି ଓ ପ୍ରିୟଙ୍କା ନାଏକ, ବିଜୟ ନନ୍ଦ ପଣ୍ଡା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ଚାଇଲ୍ଡ ଲାଇନ, ପରିବର୍ତ୍ତନ ଏନଜିଓ ଓ ପୋଲିସ କର୍ମଚାରୀ ପ୍ରମୁଖ ସାମିଲ ଥିଲେ ।