୫୪ ହଜାରରେ ଗଣେଶ ପୂଜା ଲଡୁ ନିଲାମ

 ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦରରେ ଥିବା ତେଲୁଗୁ ସାହିରେ ସ୍ଥାନୀୟ ୟୁଥ କ୍ଲବ୍ ତରଫରୁ ଗଣେଶ ପୂଜା ବେସ ଧୁମ୍ ଧାମ୍ରେ ପାଲନ ହେବା ପରେ  ଭଷାଣିରେ ବିଶେଷ ଆକର୍ଷଣ ଥିଲା ଶ୍ରୀ ଗଣେଷଙ୍କ ନିକଟରେ ଭୋଗ ଲାଗିଥିବା ୧୧ କିଲୋଗ୍ରାମର ଲଡୁ । ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ଲଡୁର ନିଲାମ କରାଯାଇଥିଲା । ନିଲାମ ପ୍ରକ୍ରିୟାରେ ପ୍ରାୟ ୨୦ରୁ ଉର୍ଦ୍ଧ ଶ୍ରଦ୍ଧାଳୁମାନେ ଅଂଶଗ୍ରହଣ କରିଥିବା ବେଳେ ୫୦୦୧ ଟଙ୍କାରୁ ଆରମ୍ଭ ହୋଇଥିଲା । ସର୍ବ ଶେଷରେ ବିଶାଲ ମାଲାକାର୍ ନାମକ ଯୁବକ ଏହି ଲଡୁକୁ ୫୪୦୦୧ଟଙ୍କାରେ କ୍ରୟ କରିଥିଲେ । କମିଟି ସଦଶ୍ୟ ମାନେ ବିଶାଲ ମାଲାକାରଙ୍କୁ ସର୍ବ ସମ୍ମୁଖରେ ସମ୍ମାନିତ କରି ଲଡ଼ୁ ପ୍ରଦାନ କରିଥିଲେ ଏବଂ ଶ୍ରୀ ବିଶାଳଙ୍କୁ ଲଡ଼ୁ ସହ ଶୋଭାଯାତ୍ରା କରି ନଗର ଭ୍ରମଣ କରିଥିଲେ ।