ଧାନମଣ୍ଡି ପରିଦର୍ଶନ କଲେ କଂଗ୍ରେସ କର୍ମୀ 

 ନୂଆପଡା :  ଖଡ଼ିଆଳ ବ୍ଲକ ବିଜେପୁର ଗ୍ରାମରେ ଥିବା ଧାନମଣ୍ଡିକୁ କଂଗ୍ରେସ ଦଳର ଏକ ଟିମ୍ ପରିଦର୍ଶନ କରିଥିଲେ । ଏହି ଅବସରରେ ଚାଷୀମାନଙ୍କ ହଜାର ହଜାର ଧାନ ବସ୍ତା ପଡ଼ି ରହିଥିବା ଦେଖିବାକୁ ମିଳିଥିଲା । ଏ ନେଇ ଟିମ୍ ଜିଲ୍ଲାପାଳଙ୍କୁ ଫୋନ କରି ଜଣାଇଥିଲେ । ଜିଲ୍ଲାପାଳ ଟାର୍ଗେଟ ପାଇଁ  ସରକାରଙ୍କୁ ଲେଖିଛି ଶୀଘ୍ର ଟାର୍ଗେଟ ଆସିଯିବ ବୋଲି କହିଥିଲେ । ଆସନ୍ତା ୨ ଦିନ ମଧ୍ୟରେ ଚାଷୀଙ୍କ ସମସ୍ତ ଧାନ ନ ଉଠେ, ତେବେ ଚାଷୀଙ୍କ ନ୍ୟାୟ ପାଇଁ ଖଡ଼ିଆଳ କଂଗ୍ରେସ ରାଜରାସ୍ତା ଅବରୋଧ କରିବାକୁ ବାଧ୍ୟ ହେବ ବୋଲି ଖଡ଼ିଆଳ ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ କମଳ ଚରଣ ତାଣ୍ଡି ପ୍ରକାଶ କରିଛନ୍ତି ।