ଯୁକ୍ତ ଦୁଇ : ପୁଣି ଝିଅ ଆଗରେ
CHSE RESULT

ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ଯୁକ୍ତ ୨ ପରୀକ୍ଷା ଫଳ ବୁଧବାର ଅପରାହ୍ନରେ ପ୍ରକାଶ ପାଇଛି । ଏକକାଳୀନ କଳା, ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ଫଳ-୨୦୨୫ ପ୍ରକାଶ ପାଇଛି । ଛାତ୍ର ୧ ଲକ୍ଷ ୪୨ ହଜାର ୫୧୨ ଓ ଛାତ୍ରୀ ୧ ଲକ୍ଷ ୭୬ ହଜାର ୨୫୧ ଜଣ ପାଶ୍ କରିଛନ୍ତି । ମୋଟ୍ ଉପରେ ୩ ଲକ୍ଷ ୧୬ ହଜାର ୭୮୭ ଜଣ ପାଶ୍ କରିଛନ୍ତି । ୮୨.୭୭% ପାଶ୍ କରିଛନ୍ତି ।
ଛାତ୍ରମାନଙ୍କ ପାଶ୍ ହାର ୭୭.୮୮% ଓ ଛାତ୍ରୀମାନଙ୍କ ପାଶ୍ ହାର ୮୭.୨୪% ।
ପରୀକ୍ଷା ଫଳ ପ୍ରକାଶର ଘଣ୍ଟାକ ପରେ ପରୀକ୍ଷାର୍ଥୀମାନେ ସେମାନଙ୍କର ରେଜଲ୍ଟ ଡିଜି ଲକର ସମେତ www.chseodisha.nic.in I http://orissaresults.nic.in ୱେବ୍ସାଇଟ୍ରେ ଦେଖିପାରିବେ । ଚଳିତ ବର୍ଷ ରାଜ୍ୟରେ ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୮୯ ହଜାର ୮୧୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଫେବ୍ରୁଆରି ୧୮ରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇ ୨୭ ତାରିଖରେ ପରୀକ୍ଷା ସରିଥିଲା । ଏପ୍ରିଲ ୨ ତାରିଖରେ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ ହୋଇଥିଲା । ଖାତା ଦେଖାରେ ମୋଟ ୧୬ ହଜାର ଅଧ୍ୟାପକ ସାମିଲ ହୋଇଥିଲେ ।
ରିପୋର୍ଟ : ହେନାମଞ୍ଜରୀ ସ୍ୱାଇଁ