୨୦୧୬ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ
ଟାଙ୍ଗୀ-ଚୌଦ୍ୱାର: ନବବର୍ଷ ୨୦୨୫ ଅବସରରେ ପ୍ରତିବର୍ଷ ଭଳି ଚଳିତ ନବ ବର୍ଷରେ ମଧ୍ୟ କଖଡି ନୋଡାଲ ଉଚ୍ଚ ବିଦ୍ୟାଳୟ ୨୦୧୬ ବ୍ୟାଚର ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ନିଜ ନିଜ ମଧ୍ୟରେ ପଠା ପଢ଼ିବା ସମୟରେ କିପରି ଛୋଟ ବଡ଼ ଦୁଷ୍ଟାମୀ ସହ ଅତୀତରେ ଘଟିଥିବା ସମୟକୁ ନିଜ ନିଜ ମଧ୍ୟରେ ଆଲୋଚନା କଲେ । ପରେ ସଙ୍ଗୀତର ତାଳେ ତାଳେ ନାଚ କରିବା ସରିବା ପରେ ଭୋଜି ଖାଇ ନିଜ ନିଜ ଘରକୁ ଫେଇଥିଲେ । ସୌମ୍ୟରଞ୍ଜନ ବାରିକ , ରାକେଶ ସାହୁ , ସୌନନ୍ଦ ସାହୁ , ବିଶ୍ୱଜିତ୍ ସାହୁ, ସ୍ୱର୍ଣ୍ଣଲତା ପ୍ରଧାନ, ଚନ୍ଦ୍ରକାନ୍ତି ସାହୁ, କିରଣବାଳା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।