ଶିଶୁ ମନ୍ଦିରରେ ଶ୍ରଦ୍ଧାଞ୍ଜଳି ସଭା
ସାଲେପୁର: ସାଲେପୁର ସରସ୍ୱତୀଶିଶୁ ବିଦ୍ୟାମନ୍ଦିରର ପୂର୍ବତନ ସଭାପତି ଯତୀନ୍ଦ୍ର ନାଥ ନାୟକଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ବିଦ୍ୟାଳୟ ପରିସରରେ ପ୍ରଧାନଆଚାର୍ଯ୍ୟ ଶଙ୍କର୍ଷଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଂପାଦକ ଦେବେନ୍ଦ୍ର ନାଥ ପଣ୍ଡା ଏଥିରେ ଯୋଗ ଦେଇ ସ୍ୱର୍ଗତ ଯତୀନ୍ଦ୍ର ନାଥ ନାୟକଙ୍କ ତ୍ୟାଗମୟ ଜୀବନ ଉପରେ ଆଲୋଚନା କରିଥିବାବେଳେ ଆଚାର୍ଯ୍ୟ ଦେବେନ୍ଦ୍ର କୁମାର ନାୟକ, ଆଚାର୍ଯ୍ୟା ଅଞ୍ଜଳି ଦୀକ୍ଷିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଆଚାର୍ଯ୍ୟ କ୍ଷୀରୋଦ କୁମାର ଦାଶ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ପରିଚାଳନା ସମିତିର ସଭାପତି ଡଃ ତରୁଲତା ଦେବୀ, ମନୋରଂଜନ ଭୂୟାଁ, ଅରୁଣ କୁମାର ଭୂୟାଁ, ବିଶ୍ୱଜିତ୍ ଭୂୟାଁ ତଥା ଉଭୟ ପର୍ଯ୍ୟାୟର ଶିଶୁ ଭାଇଭଉଣୀ, ଗୁରୁଜୀ, ଗୁରୁମା, ସେବକସେବୀକା ଉପସ୍ଥିତ ରହି ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ନିରବ ପ୍ରାର୍ଥନା କରିଥିଲେ ।