୨ କାର୍ ମୁହାଁମୁହିଁ : ୪ ଆହତ

ଭୁବନେଶ୍ୱର : ବମିଖାଲ ଫ୍ଲାଇ ଓଭରବ୍ରିଜ୍ରେ ଭୟଙ୍କର ଦୁର୍ଘଟଣା । ଦୁଇଟି କାର୍ ମୁହାଁମୁହିଁ ଧକ୍କା ହେବାରୁ ୪ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ ଉଭୟ ଆଇ ୨୦ କାର୍ ଓ ସ୍କୋଡା କାର୍ ସମ୍ପୁର୍ଣ୍ଣ ଭାଙ୍ଗି ଯାଇଛି। କାର ଦୁଇଟିକୁ ସହୀଦନଗର ପୁଲିସ ଜବତ କରିଛି । ଆହତମାନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି । ଆଇ ୨୦ କାର୍ ଡ୍ରାଇଭରଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ବେଳେ ରଙ୍ଗରୁଟରେ ଡ୍ରାଇଭିଂ ପାଇଁ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପ୍ରଚଣ୍ଡ ଶବ୍ଦ ଶୁଣି ଲୋକେ ରୁଣ୍ଡ ହୋଇଯାଇଥିଲେ।