୨୫୦ ଗଛ ବାଣ୍ଟିଲେ ନବ ଦମ୍ପତି

 ଖଇରା :  ଭୋଜିଭାତ ବାଣ ରୋଷଣୀରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ସାଧାରଣ ଘଟଣା ପାଲଟିଗଲାଣି । ହେଲେ ନିଜର ବାହାଘର ଭୋଜିକୁ ନିଆରେ ଢଙ୍ଗରେ ପାଳିଛନ୍ତି  ଖଇରା ବ୍ଲକ ଗୋଳିହା ଗ୍ରାମର ନବ ଦମ୍ପତି ପ୍ରାଚୀ ପାଚୁର୍ଯ୍ୟା ଓ ମନିଷ ରାଉତ । ନିଜ ଚତୁର୍ଥୀ ଭୋଜିରେ ବନ୍ଧୁ ବାନ୍ଧବ ଓ ଗ୍ରାମବାସୀଙ୍କୁ ଗଛ ବାଣ୍ଟି  ପରିବେଶ ସଚେତନତା ବାର୍ତ୍ତା ଦେଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି  । ଏଭଳି ନିଆରା କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି । ରାଉତ ପରିବାର ଏହି ଦମ୍ପତିଙ୍କ ମଧ୍ୟରୁ ପ୍ରାଚୀ ବାଙ୍ଗାଲୋରରେ ସଫ୍ଟୱେୟାର ଇଞ୍ଜିନିୟର ଓ ମନିଷ ମୁମ୍ବାଇରେ ସିଭିଲ ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି । ଜେଜେମା ରମ୍ଭାମଣି, ବାପା ନିହାର, ଦାଦା ନିର୍ମଳ ଓ ନିତିଶଙ୍କ ସହ ବିଚାର ବିମର୍ଶ କରି ନିଜର ବିବାହ ଭୋଜିକୁ ସ୍ମରଣୀୟ କରିବା, ପରିବେଶ ସଜାଡିବା ଲକ୍ଷ୍ୟରେ ଏହି ଦିନକୁ ‘ଗଛପାଇଁ ଦିନଟିଏ’ ଭାବେ ପାଳିବାକୁ ନିଷ୍ପତ୍ତି ନେଇଥିଲେ । ଏହି ପରିପ୍ରେକ୍ଷୀରେ ଗ୍ରାମରେ ଅବସରପ୍ରାପ୍ତ ଶିକ୍ଷକ ଉଦୟ କୁମାର ନାୟକଙ୍କ ପୌରହିତ୍ୟରେ ଏକ ସଭା ଆୟୋଜିତ ହୋଇ ନବ ଦମ୍ପତି ନିଜର ଆଭିମୁଖ୍ୟ  ପ୍ରକାଶ କରିଥିଲେ ।