ପାଇପ୍ ଫାଟି ଡ୍ରେନରେ ମିଶୁଛି ପାଣି 

 ତାଳଚେର : ଟୋପେ ପିଇବା ପାଣି ପାଇଁ ଲୋକେ ଡ଼ହଳବିକଳ ହେଉଥିବା ବେଳେ ଅନବରତ ପାଇପ ଫାଟି ପାଣି ଡ୍ରେନରେ ଯାଉଥିବା ଘଟଣା ବନ୍ତୋଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁକୁଡୁଲା ଗ୍ରାମର ପ୍ରଧାନ ସାହି ଗଳି ସମ୍ମୁଖରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଫଳରେ ଡ୍ରେନର ଆବର୍ଜନା ପାଣି ପାଇପ୍ ସହ ମିଶି ରାସ୍ତା ଉପରେ ସୁଅ ଛୁଟୁଛି । ଗତକାଲି ଠାରୁ ଏହି ପାଇପ୍ ଫାଟି ଯିବା ଫଳରେ ଅଞ୍ଚଳବାସୀ ପାଣି ଟୋପେ ପାଇଁ ଡ଼ହଳବିକଳ ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାହାର କୌଣସି ସମଧାନ ହୋଇ ପାରିନଥିବାରୁ ଗ୍ରାମବାସୀମାନେ ତୀବ୍ର ପ୍ରତିକି୍ରୟା ପ୍ରକାଶ କରିଛନ୍ତି । ପ୍ରତ୍ୟେକ ଗ୍ରାମ୍ୟକୁ ପାନୀୟଜଳ ଯୋଗାଇ ଦେବା ନେଇ ସରକାରଙ୍କ ପକ୍ଷରୁ ଆରଡ଼ବ୍ଲୁଏସ୍ଏସ୍ ମାଧ୍ୟମରେ ପାଇପ୍ ଲାଇନ୍ ବିଛାଇ ପାନୀୟଜଳ ଘରକୁ ଘର ଯୋଗାଇ ଦେଇଥାଏ । କିନ୍ତୁ ଦୁଇଦିନ ହେବ ସେଠିକାର ଅଞ୍ଚଳବାସୀ ଏ ନେଇ ଅଭିଯୋଗ କରିଥିଲେ ମଧ୍ୟ କେହି ହେଲେ ଏଥିପ୍ରତି ଦୃଷ୍ଟି ଦେଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।