୨୬ ଟି ପ୍ୟାକ୍ସରେ ବିକ୍ରି ହେବ ସାର
ନୂଆପଡ଼ା : ନୂଆପଡ଼ା ଜିଲ୍ଲାକୁ ୟୁରିଆ ସାର ଯୋଗାଣ ହୋଇଥିବାବେଳେ ଜିଲ୍ଲାର ୨୬ଗୋଟି ସମବାୟ ସମିତିରୁ ନୂଆପଡ଼ା ସମବାୟ ସମିତିକୁ ୭୪୫ ବସ୍ତା, ପରକୋଟ ୩୧୪, ବେଲଟୁକରି ୭୨୪ ବସ୍ତା, ସରାବଙ୍ଗ ୭୦୦, ତରବୋର୍ଡ ୭୦୦, ଦର୍ଲିମୁଣ୍ଡା ୭୧୦ ବସ୍ତା, କୁଳିଆବନ୍ଧା ୭୦୦, ଲଖନା ୭୧୦ ବସ୍ତା, ଖଡିଆଳ ବରଗାଁ ୩୧୦, ଖଇରା ୩୫୫ ବସ୍ତା, କରଙ୍ଗାମାଲ ୩୮୩ ବସ୍ତା, କାଣ୍ଡେତରା ୬୪୨, ନିଲଜୀ ୭୦୦, ପେଣ୍ଡରାବନ୍ଧ ୩୬୪, ଖଡିଆଳ ସମବାୟ ସମିତିକୁ ୭୧୦ ବସ୍ତା ୟୁରିଆ ସାର ଯୋଗାଣ ହୋଇଛି । ଯେଉଁ ସମବାୟ ସମିତିକୁ ୟୁରିଆ ସାର ଆସିଯାଇଛି, ତାହା ଆସନ୍ତାକାଲି ବିକ୍ରି କରାଯିବ ବୋଲି ସୂଚନା ମିଳୁଥିବାବେଳେ କୌଣସି କାରଣ ହେତୁ ନିଲଜୀ ସମବାୟ ସମିତିରେ ଆସନ୍ତା ଶନିବାର ଦିନ ସାର ବିକ୍ରୟ ହେବ ଏବଂ ଶୃଙ୍ଖଳିତ ଭାବେ ସାର ବିକ୍ରୟ କରିବା ପାଇଁ, ଏହି ସମବାୟ ସମିତିକୁ ଚଟିଆଗୁଡା, ନିଲଜୀ ଓ ଖରସେଲ ଗ୍ରାମ ପଞ୍ଚାୟତର ଚାଷୀ ମାନଙ୍କୁ ସାର ଯୋଗାଇ ଦେବା ପାଇଁ ନିଦେ୍ର୍ଦଶ ଆସିଛି ବୋଲି ଶୁଣାଯାଉଛି । ସାର କଳାବଜାରୀକୁ ବନ୍ଦ କରିବା ପାଇଁ, ଚାଷୀମାନେ ନିଜ ସାଥିରେ ଆଧାର କାର୍ଡ ଏବଂ ଜମି ପଟ୍ଟା ଧରି ଆସିବାକୁ ଆହ୍ୱାନ କରାଯାଇଛି । ଚାଷୀ ମାନେ ଡୁଆଝର ସମବାୟ ସମିତିକୁ ସାର ଯୋଗାଣ ପାଇଁ ଦାବି କରୁଛନ୍ତି ।