ଅଭିଯୋଗ ଶୁଣାଣି ଶିବିର

ଖୋର୍ଦ୍ଧା : ବାଣପୁର ବ୍ଲକ୍ ଅନ୍ତର୍ଗତ, ନରେନ୍ଦ୍ରପୁର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ପୁଲିସ ପ୍ରଶାସନର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଏହି ଜନ ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ମନ୍ତ୍ରୀ ଆଇନ, ପୂର୍ତ୍ତ ଓ ଅବକାରୀଙ୍କ  ଓଏସଡି ରୋଷନ୍ ଶତପଥୀ, ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା, ଆରକ୍ଷୀ ଅଧିକ୍ଷକ, ବିବେକାନନ୍ଦ ଶର୍ମା, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ କସ୍ତୁରୀ ବାଳା ଜେନା, ଉପଜିଲ୍ଲାପାଳ କିଶୋର ପଣ୍ଡା, ପଂଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବିଡିଓ  ବିକାଶ ମହାନ୍ତି, ତହସିଲଦାର ଟି ପଦ୍ମନାଭ ଡୋରା, ଡେପୁଟୀ କଲେକ୍ଟର ଆର୍ତ୍ତତ୍ରାଣ ମଲ୍ଲିକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ସଞ୍ଜୟ ଚନ୍ଦ୍ର ରାୟ, ନରେନ୍ଦ୍ରପୁର ସରପଞ୍ଚ ସବିତା ଦାସ ପ୍ରମୁଖ ଯୋଗ ଦେଇଥିଲେ । ଶିବିରକୁ ମୋଟ ୧୩୧ ଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ୧୧୩ ଗୋଟି ଅଭିଯୋଗ ବ୍ୟକ୍ତିଗତ ଏବଂ ୧୮ ଗୋଟି ଅଭିଯୋଗ  ଗ୍ରାମୀଣ ସମସ୍ୟା ଜନିତ ଥିଲା । ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଜଣଙ୍କୁ ୧୫ ହଜାର  ଏବଂ ଅନ୍ୟ ଜଣଙ୍କୁ ୨୦ ହଜାର ଟଙ୍କା ଏବଂ ଜିଲ୍ଲା ରେଡ୍କ୍ରସ ପାଣ୍ଠିରୁ  ଜଣଙ୍କୁ ୫ ହଜାର ଟଙ୍କାକୁ ନେଇ  ମୋଟ ୩ ଜଣକୁ ୪୦ ହଜାର ଟଙ୍କା ଚିକିତ୍ସା ନିମନ୍ତେ ଜିଲ୍ଲାପାଳ ଋତୁରାଜ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧିକ୍ଷଣ ଯନ୍ତ୍ରୀ ସିବଲାଲ ସାହୁ, ରଶ୍ମିତା ଦାସ, ସିଏସଓ ଜ୍ଞାନେନ୍ଦ୍ରିୟ ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ ପ୍ରହରାଜ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ  ଦିଲ୍ଲୀପ ହିଆଲ, ଜିଲ୍ଲା ମଙ୍ଗଳ ଅଧିକାରୀ ଡ. ଗୀତାଂଶୁ ଦାଶ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ, ଜିଲ୍ଲା ପଂଚାୟତ ଅଧିକାରୀ ଶ୍ୟାମଲେନ୍ଦୁ ନାୟକ,  ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ ବେହେରାଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।