୩ ଅଭିଯୁକ୍ତଙ୍କୁ ସଶ୍ରମ କାରାଦଣ୍ଡ
ନୂଆପଡା : ଡକାୟତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ତିନି ଜଣ ଅଭିଯୁକ୍ତଙ୍କୁ ସଶ୍ରମ କାରାଦଣ୍ଡ ଓ ଏକହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି ନୂଆପଡା ଜିଲ୍ଲା ଖଡିଆଳ ଜେଏମସି ମାଜିଷ୍ଟ୍ରେଟ ସମିକ୍ଷା ସା । ଗତ ନଭେମ୍ବର ମାସ ୨୦୨୪ ମସିହାରେ ଖଡିଆଳ ଥାନା ବାଦୀ ଗାଁ ନିକଟରେ ଜଣେ କପଡା ବ୍ୟବସାୟୀକୁ ତିନି ଜଣ ଅଭିଯୁକ୍ତ ରାଜା ଦୁରିଆ, ପଦ୍ମନ ପଟେଲ ଓ ସଞ୍ଜୟ ପଟେଲ ଛୁରୀ ଦେଖାଇ ବ୍ୟବସାୟୀଙ୍କୁ ମାରପିଟ କରିବାସହ ତାଙ୍କ ଠାରୁ ଟଙ୍କା ପଇସା ଲୁଟି ନେଇଥିଲେ । ଏହି ସଂକ୍ରାନ୍ତରେ ଆଠ ଜଣ ସାକ୍ଷ୍ୟଙ୍କ ପ୍ରମାଣ ଭିତ୍ତିରେ ଅଭିଯୁକ୍ତ ମାନଙ୍କୁ ଦୋଷୀ ସାବ୍ୟସ୍ତ କରି ଖଡିଆଳ ଜେଏମଏଫସି ମାଜିଷ୍ଟ୍ରେଟ ସମିକ୍ଷା ସା ତିନି ବର୍ଷ ପାଇଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ଏକ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି,ଏହି ମାମଲାକୁ ପରିଚାଳନା କରିଥିଲେ । ଏପିପି ଅଖମଲ ସରିଫ ଓଏପିଏଫ ସଞ୍ଜିବ ମାଝୀ ସାଖି ସହାୟକ ଭାବରେ କାଯ୍ୟ ତୁଲାଇଥିଲେ ।