ସୂତାକଳକୁ ସରକାର ହାତକୁ ନେବାକୁ ଦାବି : ଉପ-ମୁଖମନ୍ତ୍ରୀଙ୍କ ପ୍ରତିଶ୍ରୁତି : ସୂତାକଳ ଚାଲିବ
ସୋନପୁର : ଗତ ସୁବର୍ଣ୍ଣ ମହୋସôବର ଉଦଘାଟନ ଦିବସରେ ମୁଖ୍ୟ ଅତିଥି ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗ ସୂତାକଳ ପୁନଃ ଚାଲିବ ବୋଲି ପ୍ରତିଶୃତି ଦେଲା ପରେ ସୁବର୍ଣ୍ଣପୁର ଜିଲ୍ଲାରେ ଏହା ଆଲୋଚନା କେନ୍ଦ୍ର ବିନ୍ଦୁ ବିଷୟ ହୋଇଛି । ସୋନପୁର ସୁତାକଳରେ ଅଚଳାବସ୍ଥା ଦୂର ହେବ । ସୂତା ମିଲ ପୁନରୁଦ୍ଧାର ହୋଇ ପୁନଃ ଚଳଚଞ୍ଚଳ ହେବ । ଏହାକୁ ନେଇ ଜିଲ୍ଲାବାସୀ ବେଶ ଆଶାବାଦୀ ଓ ଉସôାହିତ ରହିଛନ୍ତି ।
ଅଶୀ ଦଶକ ସମୟ ସୋନପୁରର ଖ୍ୟାତନାମା ସୂତାକଳରୁ ସାଇରନ୍ ବାଜିଲେ । ସୋନପୁର ସହର ଚଳଚଞ୍ଚଳ ହୋଇଉଠୁଥିଲା । ପ୍ରତିମାସ ୫ ଲକ୍ଷ ଟଙ୍କା ପ୍ରତ୍ୟକ୍ଷ ତଥା ପରୋକ୍ଷରେ ଏହି ସୂତାକଳଙ୍କୁ ନେଇ ସୋନପୁରର ବଜାରରେ କାରବାର ହେଉଥିଲା ଓ୧୯୮୨ ମସିହାରେ ତକôାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲବ ପଟ୍ଟନାୟକଙ୍କ ସମୟରେ ଏହି ସୂତା କଳ ପ୍ରତିଷ୍ଠା ହୋଇଥିଲା । ସେତେବେଳେ ଅବିଭକ୍ତ ବଲାଙ୍ଗୀର ଜିଲ୍ଲାର ଏହା ପ୍ରଥମ ଶିଳ୍ପର ମାନ୍ୟତା ପାଇଥିଲା ଓ ମାତ୍ର ୫କୋଟି ଟଙ୍କା ମୂଳଧନରେ ପ୍ରତିଷ୍ଠା କରାଯାଇ ୧୫ଶହ ଉର୍ଦ୍ଧ୍ୱ ଲୋକଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦିଆଯାଇଥିଲା । କେବଳ ସୋନପୁର ନୁହେଁ ପୂର୍ବ ଓଡ଼ିଶାର କେନ୍ଦ୍ରାପଡ଼ା, ଜଗତସିଂହପୁର, ଆଠଗଡ ଅଞ୍ଚଳ ଶ୍ରମିକମାନେ ଏହି ସୁତାକଳରେ କାମ କରୁଥିଲେ । ସୋନପୁର ସୂତାକଳରେ ସୋନା ନାମକ ଏକ ସୁତା ଆମଦାନୀ ହେଉଥିଲା । ଯାହା ଭାରତରେ ବେଶ ଚାହିଦା ରହିଥିଲା । ପ୍ରଶାସନିକ ଦୁର୍ନୀତି ଯୋଗୁଁ ଏହି ଶିଳ୍ପ କ୍ଷତି ଆଡକୁ ଗତି କରିଥିଲା । ପ୍ରଥମେ ରାଜ୍ୟ ଶିଳ୍ପ ଉନ୍ନୟନ ନିଗମ ଦ୍ୱାରା ଏହା ପରିଚାଳିତ ହେଉଥିବା ବେଳେ ୧୯୯୦ ମସିହାରେ ଏପ୍ରିଲ ମାସରୁ ଏବିଏସ ନାମକ ଏକ ନୂଆ କମ୍ପାନୀ ଖୋଲି ପରିଚାଳନା ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ମୂଳ ଧନ ଅଭାବରୁ ୧୯୯୨ରେ ଏହି ସୂତା କଳଟି ବେପାରୀଙ୍କ ହାତରେ ଟେକି ଦିଆଗଲା । ୧୯୯୨ରୁ ୨୦୦୧ ପର୍ଯ୍ୟନ୍ତ ସୋନପୁର ସୁତା କଳକୁ କେକେ ସ୍ପିନର, ଓଏସଏମ,ଏଚଆର ଇଣ୍ଟରନ୍ୟାସନାଲ ଗୁହାଟିଆ, ଓଡିଏମପିଏଲ ନାମକ ସଂସ୍ଥା ସହିତ ରାଜିନାମା କରାଯାଇ ସୂତା କଳକୁ ଚଳାଇ ଦିଆଗଲା । ଶ୍ରମିକମାନେ ଠିକ ସମୟରେ ଦରମା ପାଇଲେ ନାହିଁ କି ବିଦୁ୍ୟତ ଦେୟ ମଧ୍ୟ ପୈଠ ହୋଇ ପାରିଲା ନାହିଁ । ବିଦୁ୍ୟତ ଦେୟ ବଢି ୧କୋଟି ୨୦ ଲକ୍ଷର ପହଞ୍ଚିବା ଫଳରେ ବିଦୁ୍ୟତ ସଂଯୋଗ ବିଛିନ୍ନ କରାଗଲା । ୨୦୦୧ରେ ସୁତାକଳଟି ବନ୍ଦ ହୋଇଯାଇଥିଲା କୋଲକାତା ସ୍ଥିତ ଡିଏମପିକେ ନାମକ ଏହି ସଂସ୍ଥାକୁ ଟେକି ଦିଆଯାଇଥିଲା । ପରେ ଉକ୍ତ ଶିଳ୍ପ ପ୍ରତିଷ୍ଠାନ ଋଗୁଣ ହେବାରୁ ବହୁ କର୍ମଚାରୀ ସ୍ୱେଚ୍ଛାକୃତ ଅବସର ନେବାକୁ ବାଧ୍ୟ ହେଲେ । ସୂତାକଳଟି ବନ୍ଦ ହେବା ପରେ ପୁଣି ଆନେ୍ଦାଳନ ଦେଖାଦେଲା ଏହା ପରେ ୨୦୦୭ରେ ବେସରକାରୀ ପ୍ରତିଷ୍ଠାନ କୋଲକାତାର ତକôାଳୀନ ଫିରୋଜା ସ୍ପିନିଂ ମିଲଙ୍କୁ ଦାୟିତ୍ୱ ଦିଆଗଲା ଏହାର ୩ ବର୍ଷ ପରେ ୨୦୧୦ରେ ଏହା କାର୍ଯ୍ୟାରମ୍ଭ କରିବା ସହିତ ଉତ୍ପାଦନ ଆରମ୍ଭ ହୋଇଥିଲା । ଏହାର ନାମ ପରିବର୍ତ୍ତନ କରାଯାଇ ବାଲାଜୀ ଗଣପତି ସ୍ପିନିଂ ମିଲ ରଖାଗଲା । ଏହି ସୂତା କଳ ୧୦/୧୨ ଜଣ ଶ୍ରମିକଙ୍କୁ ନେଇ ଋୁଗୁଣ ଅବସ୍ଥା କାମ ଚାଲିଛି । ସୂତାକଳ ଯନ୍ତ୍ରପାତି ବିକ୍ରି ସାଙ୍ଗରେ ଜମି ହଡପ କରିବା ଏକ ସୁପରିକଳ୍ପିତ ଷଡଯନ୍ତ୍ର ବୋଲି ଅଭିଯୋଗ ହେଉଛି । ଦୀର୍ଘବର୍ଷ ଗତ ସରକାର ଶାସନ କଲେ ବି ଏହି ସୂତା କଳ ଚାଲୁ କରିବା ପାଇଁ କୌଣସି ପ୍ରଚେଷ୍ଟା କରାଯାଇ ନ ଥିଲା । ଅନ୍ୟପକ୍ଷରେ ଦେଶରେ ଅନ୍ୟ ରାଜ୍ୟମାନଙ୍କର ସୂତାକଳମାନେ ସଠିକ ଭାବରେ ଚାଲୁ ରହିଛି । ସୂତାକଳ ଚାଲୁ କରିବା କିଛି ଅସୁବିଧା ନାହିଁ ବୋଲି ସୁତାକଳର ପୁରାତନ ଶ୍ରମିକମାନେ ମତପ୍ରକାଶ କରିଛନ୍ତି । ଏବେ ଏହି ଜିଲ୍ଲା ଓ ପଡ଼ୋଶୀ ଜିଲ୍ଲାମାନଙ୍କରେ ପ୍ରାୟ ଦଶ ହଜାର କୁଣ୍ଟାଲ କପା ଚାଷ ହେଉଛି । ଏହାର ଉତ୍ପାଦନ ସଂଖ୍ୟା ବୃଦ୍ଧି ପାଉଛି । ପ୍ରାଥମିକତା ସ୍ତରରେ ସୂତାକଳ ଚାଲୁଥିବା ସଂସ୍ଥା ଚୁକ୍ତିନାମା ଖିଲାପ ନେଇ ତାଙ୍କୁ ବାତିଲ କରାଯାଉ । ଏହି ସୂତାକଳକୁ ସରକାର ହାତକୁ ନେଇ ପୁନଃଉଦ୍ଧାର କରାଯାଉ ବୋଲି ସୋନପୁର ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି ।