ପ୍ରବାସୀ ଶ୍ରମିକଙ୍କ ପାଇଁ ବୁଲିଲା ସଚେତନ ରଥ

 କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାରେ ପ୍ରବାସୀ ଶ୍ରମିକ ମାନଙ୍କୁ ସଚେତନ କରିବା ପାଇଁ ଏକ ସଚେତନତା ରଥକୁ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଉଦ୍ଘାଟନ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ବିଏଲସି ପ୍ରଦିପ କୁମାର ମହାନ୍ତି, ବିଏଲଓ ଅନନ୍ତ ପଦ୍ମନାଭ ମହାମାନ ସିଂହ, ଏଏଲଓ ଆଶୁତୋଷ ପଟେଲ, ଜ୍ୟୋତି ରଞ୍ଜନ ପରିଡା, କନିସ୍କ ନାରାୟଣ, କିରଣ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ଏହି ରଥଟି ଜିଲ୍ଲାର ୯ଟି ବ୍ଲକ ୨ଟି ପୈାରାଞ୍ଚଳର ବିଭିନ୍ନ ସମ୍ବେଦନଶୀଳ ଛକ ମାନଙ୍କରେ ରହି ନିର୍ମାଣ ଶ୍ରମିକ, ଅଣ ସଂଗଠିତ ଶ୍ରମିକ, ଶିଶୁ ଶ୍ରମିକ ମାନଙ୍କ ସମ୍ବନ୍ଧରେ ଲିଫଲେଟ୍ ପ୍ରଦାନ କରିବା ସହିତ ଜନ ସାଧାରଣ ଓ ଶ୍ରମିକ ମାନଙ୍କୁ ସଚେତନ କରିବ । ପ୍ରବାସୀ ଶ୍ରମିକ ମାନେ ସେମାନଙ୍କର ନାମ ପଞ୍ଜିକରଣ କରିବା ସହିତ ଶ୍ରମ ବିଭାଗ ପକ୍ଷରୁ ଦିଆ ଯାଉଥିବା ବିଭିନ୍ନ ଯୋଜନାରେ ଲାଭବାନ୍ ହେବାକୁ ସଚେତନ କରିବ । ରଥଟି ୧୧ଦିନ ଧରି ଜିଲ୍ଲା ପରିକ୍ରମା କରିବ । କାର୍ଯ୍ୟକ୍ରମ ରେ ବିଏମଏସ ର ପ୍ରଶାନ୍ତ କୁମାର ତ୍ରିପାଠୀ, ବିଏସଏସଓ, ଡିଏସଡବ୍ଲୁଓ, ଡିସିପିଓ ପ୍ରମୁଖ ଉପସ୍ଥିତ ଥିଲେ