ଚେୟାରମ୍ୟାନଙ୍କ ଅଭିଯୋଗ, ବିଡିଓ ଦେବଦତ୍ତ ଦାଶଙ୍କ ନାମରେ ମାମଲା ରୁଜୁ
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀଙ୍କ ଅଭିଯୋଗ ଆଧାରରେ ବିଡିଓ ଦେବଦତ୍ତ ଦାଶଙ୍କ ନାମରେ ଗୁରୁବାର ସନ୍ଧ୍ୟାରେ ମାମଲା ରୁଜୁ ହୋଇଥିବା ଜଣାଯାଇଛି । ଗତ ୭ ତାରିଖରେ ବିଜୁ ଜନତା ଦଳ ପକ୍ଷରୁ ବିଡିଓଙ୍କ କାର୍ଯ୍ୟାଳୟରେ ଘଟିଥିବା ଘଟଣାରେ ବିଡିଓ ଦେବଦତ୍ତ ଦାଶଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଥିଲା । ସେହିଦିନ ଅଧ୍ୟକ୍ଷା ସୁମତୀ ସେଠୀ ବିଡିଓଙ୍କ ନାମରେ ପାଲଟା ଅଭିଯୋଗ କରିଥିଲେ । ଅଭିଯୋଗର ୮ ଦିନ ପରେ ସାନି ତାରିଖ ସମ୍ବଳିତ ଅଭିଯୋଗ ଆଧାରରେ ବିଡିଓ ଶ୍ରୀ ଦାଶଙ୍କ ନାମରେ ୮୨/୨୫ନଂ ମାମଲା ଭାରତୀୟ ନ୍ୟାୟ ସଂହିତା ଧାରା ୨୯୬, ୩୫୧(୨) ଓ ଅନୁସୂଚୀତ ଜାତି ଜନଜାତି ଦଫାରେ ମାମଲା ରୁଜୁ ହୋଇଥିବା ଜଣାଯାଇଛି । ଉପଖଣ୍ଡ ପୁଲିସ ଅଧିକାରୀ ତ୍ରିଲୋଚନ ସେଠୀ ମାମଲାର ତଦନ୍ତକାରୀ ଅଧିକାରୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଡିଓଙ୍କ ନାମରେ ମାମଲା ରୁଜୁ ନହେବା ପାଇଁ ବହୁସ୍ତରରେ ଉଦ୍ୟମ କରାଯାଇଥିଲା । ପୁଲିସ ଘଟଣାକୁ ମ୍ୟାନେଜ କରିବାକୁ ପ୍ରୟାସ କରିଥିଲା । ବିଜେଡିର ବଇରି ସାଜିଥିବା ବିଜେଡିର ଜନୈକ ବାହୁବଳୀ ନେତାଙ୍କ ଉଦ୍ୟମ ଫଳବତୀ ହୋଇନଥିଲା । ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିବାରୁ ଆଉ ଅଧିକ ରିସ୍କ ନନେଇ ପୁଲିସ ମାମଲା ଋଜୁ କରିଥିଲା ।