ଘରେ ଘରେ ପ୍ରଚାର କଲେ ବିଜେଡି କର୍ମୀ
ଜଗତସିଂହପୁର: ଜଗତସିଂହପୁର ନିର୍ବାଚନମଣ୍ଡଳୀ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲିଙ୍କ ପାଇଁ ପ୍ରଚାର କଲେ ବଳରାମପୁର ପଞ୍ଚାୟତର କର୍ମୀ । ବଳରାମପୁର ପଞ୍ଚାୟତର ୧୨, ୧୫ ଓ ୧୬ ନମ୍ବର ୱାର୍ଡରେ କୁବେର ମୋହନ ଦାସଙ୍କ ନେତୃତ୍ୱରେ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କ ପାଇଁ ମହିଳା, ଯୁବକମାନେ ଘର ଘର ବୁଲି ପୁସିଂ କାର୍ଡ, ଯୋଜନା କାର୍ଡ ଆଦି ବାଣ୍ଟିବା ସହିତ ଯୋଡି ଶଙ୍ଖରେ ଭୋଟ ଦେବାପାଇଁ ଆହ୍ୱାନ ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡିଶାବାସୀଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ସଫଳତା ସହିତ ଜୁଲାଇ ପରଠାରୁ ମାଗଣା ବିଦୁ୍ୟତ ଯୋଗାଣ ଉପରେ ଅବଗତ କରାଇଥିଲେ । ଏହି ପ୍ରଚାର କାର୍ଯ୍ୟକ୍ରମରେ ପ୍ରିୟତମା ଚୌଧୁରୀ, ବେବିନା ମହାପାତ୍ର, ସରୋଜିନୀ ମହାପାତ୍ର, ବେବିନା ଚୌଧୁରୀ, ସରସ୍ୱତୀ ଚୌଧୁରୀ, ପ୍ରୀତି ମହାପାତ୍ର, ଜାନକୀ ବଲ୍ଲଭ ମହାରଣା, ଜୟନ୍ତ ସାହୁ, ଅମିତ ମହାନ୍ତି, ନାରାୟଣ ନାୟକ, ବିଶ୍ୱଜିତ ସ୍ୱାଇଁ, ବିଶ୍ୱନାଥ ସ୍ୱାଇଁ, ରବି ରାଉତ, ରାଜେନ୍ଦ୍ର ପ୍ରଧାନ, ଲିଙ୍ଗରାଜ ମହାନ୍ତି, କାଳନ୍ଦୀ ଖୁଣ୍ଟିଆ, ଦୀପା ଜେନା, ଆନନ୍ଦ ଜେନାଙ୍କ ସମେତ ଶତାଧିକ କର୍ମୀ ସାମିଲ ହୋଇ ପ୍ରଚାର କରିଥିଲେ । ସାଂସଦ ପ୍ରାର୍ଥୀ ଡ଼ଃ ରାଜଶ୍ରୀ ମଲ୍ଲିକ ଓ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କୁ ଯୋଡ଼ା ଶଙ୍ଖରେ ଭୋଟ ଦେଇ ଜୟଯୁକ୍ତ କରିବାପାଇଁ ଆହ୍ୱାନ ଦେଇଥିଲେ ।