ଜିଲାସ୍ତରୀୟ ସୁଶାସନ ଦିବସ ପାଳିତ

 ଯାଜପୁର ଟାଉନ: ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରନô ଅଟଳ ବିହାରୀ ବାଜପେୟୀଙ୍କ ଏକଶହତମ ଜନ୍ମ ଜୟନ୍ତୀ ତଥା ଜିଲାସ୍ତରୀୟ ସୁଶାସନ ଦିବସ ଜିଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଯାଜପୁର ସାଂସଦ ରବିନ୍ଦ୍ର ନାରାୟଣ ବେହେରା ଯୋଗଦେଇ ସମଗ୍ର ଦେଶକୁ ସୁଶାସନ ଦେବାରେ ଅଟଳ ବିହାରୀ ବାଜପେୟୀ ଅନନ୍ୟ ଥିଲେ । ତାଙ୍କ ସେବା ପାଇଁ ଆଜି ଭାରତ ବର୍ଷରେ ଭାରତରେ ଏବଂ ଓଡ଼ିଶାରେ ସରକାର ବର୍ତମାନ ଲୋକଙ୍କ ପାଖକୁ ଯିବ । ଲୋକମାନେ ସରକାରଙ୍କ ପାଖକୁ ଆସିବା ଦରକାର ନାହିଁ । ବର୍ତମାନ ଡିବିଟି ଏବଂ ଯେତେ ପ୍ରକାର ଇ-ଗଭର୍ଣ୍ଣାସ ସେବାଅଛି ଆମେ ଆଗାମୀ ଦିନରେ ଆହୁରି ଦୃଢୀଭୂତ କରିବୁ ବୋଲି କହିଥିଲେ । ଜିଲ୍ଲାପାଳ କହିଲେ ସରକାରଙ୍କ ବିଭିନ୍ନ ସେବା ଓ ଜନ କଲ୍ୟାଣ ଯୋଜନା ଗୁଡିକ ଲୋକଙ୍କ ପାଖରେ ପହଞ୍ଚôପାରିବ ଏବଂ ଲୋକମାନେ ବିନା ସମସ୍ୟାରେ ଯେଉଁ ସୁବିଧା ପାଇବା କଥା ସେମାନେ ପାଇପାରିବେ । ସମସ୍ତଙ୍କ ସହଯୋଗ ଓ ସମନ୍ୱୟରେ ସରକାରୀ ଅଧିକାରୀ ତାଙ୍କ କାର୍ଯ୍ୟାଳୟରେ ଭଲ ପରିବେଶରେ ଯେଉଁ ଲୋକମାନେ ଆସୁଛନ୍ତି ସେମାନେ ଯେପରି ହାରାଶ ନହୋଇ ବିଭିନ୍ନ ସେବା ଓ ସୂଚନା ପାଇପାରିବେ ସେଥିପ୍ରତି ଯନôବାନ୍ ହେବେ । ଆଗାମୀ ଦିନରେ ଆହୁରି ଉତ୍ତମ ଭାବେ ସୁଶାସନ ମଡେଲକୁ ଯିବାପାଇଁ ବକ୍ତାମାନେ ଆଲୋଚନା କରିଛନ୍ତି । ସମ୍ମାନିତଅତିଥି ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ ଶୁଭେନ୍ଦ୍ର ସାମଲ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆ ପ୍ରମୁଖ ନିଜର ଅଭିଭାଷଣରେ କହିଥିଲେ ଯେଉଁ କେତେଜଣ ମହମାନବ, ସ୍ୱକର୍ମ, ଆଚରଣ, ନେତୃତ୍ୱ ଦେଶ ମାତୃକାର ସେବା ଇତ୍ୟାଦି ଦ୍ୱାରା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେମାନଙ୍କ ମଧ୍ୟରେ ଅଟଳ ବିହାରୀ ବାଜପେୟୀ ଅନ୍ୟତମ ଥିଲେ ବୋଲି ପରିପ୍ରକାଶ କରିଥିଲେ । ପ୍ରାରମ୍ଭରେ ବିଶିଷ୍ଟ କବିମାନଙ୍କ ଦ୍ୱାରା ଦେଶାତ୍ମବୋଧକ ଏବଂ ବାଜପେୟୀଙ୍କ ଜୀବନାଦର୍ଶ ଲିଖିତ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲାସ୍ତରୀୟ ସୁଶାସନ ଦିବସ ପାଳନ ଅବସରରେ ହୋଇଥିବା ସ୍କୁଲସ୍ତରୀୟ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଉସôବରେ ଜିଲ୍ଲାସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କବି, ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ସୋନାଲି ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।