ଏନଏସି ମାନ୍ୟତା ଦାବିରେ ବିଜେଡ଼ିର ପ୍ରତିବାଦ ସଭା
ଯାଜପୁର : ରାଜ୍ୟ ସରକାର ରଜ୍ୟରେ ୧୨ଗୋଟି ଏନଏସି ଘୋଷଣା କରିଥିଲେ ମଧ୍ୟ ଚଣ୍ଡିଖୋଲକୁ ମାନ୍ୟତା ଦେଇ ନାହାନ୍ତି । ଏହାର ପ୍ରତିବାଦରେ ଚଣ୍ଡିଖୋଲ ଛକ ବୁଦ୍ଧ ମୂର୍ତି ସମୁଖରେ ବଡଚଣା ବିଜେଡ଼ି ପକ୍ଷରୁ ପ୍ରତିବାଦସଭା କରାଯାଇଛି । ଦଳର ସଭାପତି ତାପସ ଚନ୍ଦ୍ର ରାୟଙ୍କ ଅଧ୍ୟକ୍ଷତା ପ୍ରତିବାଦ ସଭାରେ କ୍ୟାପଟେନ ରାଜ ନାରାୟଣ ମହାପାତ୍ର, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରହଲାଡ ନନ୍ଦ, କୈଳାସ ଚନ୍ଦ୍ର ରାଉତ, ଯାଜପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମାନଗୋବିନ୍ଦ ସେଠୀ, ଦିଲୀପ ରାଉତ, ଅମର ମହାନ୍ତି, ପୂର୍ବତନ ସରପଂଚ ସରସ୍ୱତୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ରାଜ୍ୟ ସରକାର ବଡଚଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚଣ୍ଡିଖୋଲକୁ ଏନଏସି କରିବାକୁ ଘୋଷଣା କରିନାହାନ୍ତି । ସୂଚନାଯୋଗ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଣ୍ଡିଖୋଲରେ ବିଜ୍ଞାପିତ ଅଂଚଳ ପରିଷଦ ହେବା ପାଇଁ ବିଧାନସଭା ପୂର୍ବରୁ ଘୋଷଣା କରିଥିଲୋ ଅଧିକନ୍ତୁ ବିଜେପି ସରକାର୍ ହେବା ପରେ ଚଣ୍ଡିଖୋଲକୁ ବିଜ୍ଞାପିତ ଅଂଚଳ ପରିଷଦ ମାନ୍ୟତା ଦେଲେନାହିଁ । ବିଜ୍ଞାପିତ ଅଂଚଳ ପରିଷଦ ଚଣ୍ଡିଖୋଲରେ ହେବା ପାଇଁ ୨୦୦୮ମସିହାରେ ବିଧାୟକ ସୀତାକାନ୍ତ ମହାପାତ୍ର ବିଧାନ ସଭାରେ ଏକ ପ୍ରଶ୍ନ ପଚାରିଥିଲେ । ସେ ସମୟର ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହା ବିଚାରଧୀନ ଅଛି ବୋଲି ଉତରରେ କହିଥିଲୋ ବର୍ତମାନ ସରକାର୍ ଭୁଲିଯାଇ ବିଜ୍ଞାପିତ ଅଂଚଳ ପରିଷଦ ଚଣ୍ଡିଖୋଲକୁ ମାନ୍ୟତା ଦେଲେ ନହିଁ । ସରକାର ଯଦି ଆମ ଦାବିକୁ ଗ୍ରହଣ କରି ୧୫ଦିନ ମଧ୍ୟରେ ଚଣ୍ଡିଖୋଲକୁ ବିଜ୍ଞାପିତ ଅଂଚଳ ପରିଷଦର ମାନ୍ୟତା ନ ଦିଅନ୍ତି ତେବେ ଚଣ୍ଡିଖୋଲ ଛକ ଠାରେ ଜାତୀୟ ରୂପକୁ ଅବରୋଧ କରାଯିବ ବୋଲି କହିଥିଲେ । ପୂର୍ବତନ ସରପଂଚ ଗଣେଶ୍ୱର ସାମଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।