୩ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

 କନ୍ଧମାଳ/ଫୁଲବାଣୀ :  କନ୍ଧମାଳ ଏସପିଙ୍କ ବିଭିନ୍ନ ପୋଷ୍ଟର ଏବଂ ଚିଠି ମାଧ୍ୟମରେ ପ୍ରତିଶ୍ରୁତି ଦେବା ଓ ସେମାନଙ୍କୁ ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ଯୋଜନା ଅନୁଯାୟୀ ଉପଯୁକ୍ତ ଭାବରେ ପୁନର୍ବାସ କରାଯିବ, ଯେଉଁଥିରେ ଆର୍ଥିକ ସହାୟତା, ଘର ଜମି, ଘର ନିର୍ମାଣ ସହାୟତା, ଶିକ୍ଷା ସହାୟତା ବୃତ୍ତିଗତ ତାଲିମ ସହିତ ମାସିକ ଭତ୍ତା ଏବଂ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବ କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ଥିବା କେକେବିଏନ ଡିଭିଜନର  ସଦସ୍ୟ  ଦକ୍ଷୀଣାଞ୍ଚଳ ଆଇଜି ନିତିନ ଶେଖରଙ୍କ ନିକଟରେ ଆତ୍ମ ସମର୍ପପଣ କରିଛନ୍ତି ୩ ହାର୍ଡକୋର ମାଓବାଦୀ  । ଦକ୍ଷିଣାଞ୍ଚଳ ଆଇଜି କନ୍ଧମାଳ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଆଇଜି  । ଏହି ଅବସରରେ ତାଙ୍କ  ସହିତ କନ୍ଧମାଳ ଏସପି ହରିଶ ବିସି ଏବଂ ସିଆରପିଏଫ ୧୨୭ ବାଟାଲିୟନର ଉଚ୍ଚ ପଦାଧିକାରୀ ଉପସ୍ଥିତ ଥିଲେ । ପୁଲିସ ସୂଚନା ଅନୁଯାୟୀ ତିନି ହାର୍ଡକୋର ମାଓବାଦୀ ଯଥା ବିଜି ଏନ ବିଭାଗର ମାଦେ ବେଟି ଓରଫ ଚମ୍ପା (ଡିଭିସିଏମ), ୮ ତମ କମ୍ପାନୀ (କେକେବିଏନ) ବିଭାଗର  ରାଜୁ ଦୋଡି ଓରଫ ଅଜୟ (ଏସିଏମ) ଓ (କେକେବିଏନ) ସିପିଆଇ ମାଓବାଦୀ  ଆଡମୋ ମାଡଭି ଓରଫ ମଞ୍ଜୁ  । ସମସ୍ତ ଆତ୍ମସମର୍ପଣ କରିଥିବା ମାଓ କ୍ୟାଡର ଛତିଶଗଡ଼ ବଂଶୋଦ୍ଭବ । ସେମାନଙ୍କର କାର୍ଯ୍ୟଥିଲା ଦକ୍ଷିଣ-କେନ୍ଦ୍ର ଓଡ଼ିଶା ଦେଇ ଝାଡ଼ଖଣ୍ଡରୁ ଛତିଶଗଡ଼ ପର୍ଯ୍ୟନ୍ତ ଉତ୍ତର-ଦକ୍ଷିଣ କରିଡରକୁ ପୁନଃ ସକ୍ରିୟ କରିବା । ସେମାନେ ଯଥାକ୍ରମେ ସିପିଆଇ (ମାଓବାଦୀ) ସଂଗଠନରେ ୨୦୦୯, ୨୦୧୧ ଓ ୨୦୧୬, ମସିହାରୁ କାର୍ଯ୍ୟ କରୁଥିଲେ ଏବଂ ଛତିଶଗଡ଼ ଏବଂ ଓଡ଼ିଶା ରାଜ୍ୟରେ ଅନେକ ହିଂସାତ୍ମକ ଘଟଣାରେ ଜଡିତ ଥିଲେ । ସେମାନେ ଏକ ସାଧାରଣ ଜୀବନଯାପନ ପାଇଁ ଆତ୍ମସମର୍ପଣ କରିଛନ୍ତି ।