ଆମ୍ବୁଲାନ୍ସ-କାର ଦୁର୍ଘଟଣା ; ୨ଆହତ

ଧର୍ମଶାଳା : କୋତପୁର ଫାଣ୍ଡିସ୍ଥିତ ଗଡା ନିକଟରେ ବନ୍ଧ ତଳୁ ଉଠି ଆସୁଥିବା ଏକ କାର ସହ ୧୦୮ଅମ୍ବୁଲାନ୍ସର ମୁହାଁମୁହିଁ ଧକ୍କାରେ ଉଭୟ ଗାଡିର ଚାଳକ ଆହତ ହୋଇଛନ୍ତି । ସୂଚନା ମୁତାବକ ବରୀ ଅଞ୍ଚଳର ଓଡି୦୨ଇଜେ-୬୭୭୨ ନମ୍ବର ବିଶିଷ୍ଟ ଆମ୍ବୁଲାନ୍ସ ବନ୍ଧଢିହରୁ ରୋଗୀକୁ ଆଣି ଧର୍ମଶାଳା ମେଡିକାଲରେ ଛାଡି ପେରୁଥିବା ବେଳେ କୋତପୁରଗଡା ନିକଟରେ ତଳୁ ବନ୍ଧ ରାସ୍ତାକୁ ଉଠୁଥିବା ଓଡି୦୨ସିଟି-୨୮୯୮କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗାଡିର ସାମନା ପଟ କ୍ଷତି ହୋଇଥିବା ବେଳେ ଆମ୍ବୁଲାନ୍ସ ଓ କାର ଚାଳକ ଦ୍ୱୟ ଆହତ ହୋଇଥିଲେ । ଖବର ପାଇ କୋତପୁର ଫାଣ୍ଡି ଅଧିକାରୀ ପ୍ରେମାନନ୍ଦ ପୃଷ୍ଟି ସେଠାରେ ପହଁଚି ଉଭୟ ଗାଡିକୁ ରାସ୍ତାରୁ ହଟଇବା ସହ ଉଭୟ ଗାଡିର ଡ୍ରାଇଭରଙ୍କୁ କୋତପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଇଛନ୍ତି ।