୩୦ ଯାଏଁ କଳିଙ୍ଗା ଘାଟି ରାସ୍ତା ବନ୍ଦ

୩୦ ଯାଏଁ କଳିଙ୍ଗା ଘାଟି ରାସ୍ତା ବନ୍ଦ

ଦାରିଙ୍ଗବାଡ଼ି : ଆସନ୍ତା ୩୦ ତାରିଖ ଯାଏଁ ବନ୍ଦ ରହିବ କଳିଙ୍ଗା ଘାଟି ରାସ୍ତା । ଏନେଇ ସୂଚନା ଦେଇଛନ୍ତି କନ୍ଧମାଳ ଜିଲାପାଳ। ଗତ ସୋମବାର ହୋଇଥିବା ଭୁସ୍ଖଳନର ଘାଟିରେ ସ୍ଥିତି ଅନୁଧ୍ୟାନ ପରେ ଜିଲାପାଳ ଏହି ନିର୍ଣ୍ଣୟ ନେଇଥିବା ଜଣପଡ଼ିଛି। ଞ୍ଜନଗର ଓ ସୁବର୍ଣ୍ଣପୁରରୁ ୨ଟି ଏକ୍ସପର୍ଟ ଟିମ ଯାଇ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିବ ବୋଲି ଜିଲାପାଳ କହିଛନ୍ତି।