ପ୍ରସନ୍ନ ପାଟ୍ଟଶାଣୀଙ୍କ ଟାର୍ଗେଟ୍‌ରେ ନବୀନ ଓ ପାଣ୍ଡିଆନ

ପ୍ରସନ୍ନ ପାଟ୍ଟଶାଣୀଙ୍କ ଟାର୍ଗେଟ୍‌ରେ ନବୀନ ଓ ପାଣ୍ଡିଆନ

ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ବିଷୋଦ୍‌ଗାର । ଟାର୍ଗେଟ୍‌ରେ ନବୀନ ଓ ପାଣ୍ଡିଆନ । ବୁଲେଇ ବଙ୍କାଇ ନୁହେଁ ବରଂ ସିଧାସଳଖ କହିଛନ୍ତି ବିଜେଡିର ଏ ଅବସ୍ଥା ଲାଗି ପାଣ୍ଡିଆନ ହିଁ ଦାୟୀ । ନବୀନ ମିଛ କହୁଛନ୍ତି । ନବୀନ ପଟ୍ଟନାୟକ ଭୀଷଣ ମିଛ କହୁଛନ୍ତି । ପାଣ୍ଡିଆନଙ୍କ କଥାରେ ମିଛ କହୁଛନ୍ତି ନବୀନ । ଦଳରେ କ’ଣ ଅଛି ଯେ ଦଳ ଗଢ଼ିବେ ? ବିଜେଡି ଦଳରେ ଏବେ ଷଡ଼ଯନ୍ତ୍ର ଚାଲିଛି । ମୋ ବିରୋଧରେ ବି ପାଣ୍ଡିଆନ ଷଡ଼ଯନ୍ତ୍ର କରିଥିଲେ । ନେତାଙ୍କୁ ତାଗିଦ୍‌ କରିବାର ଅଧିକାର କାହାର ନାହିଁ । ପାଣ୍ଡିଆନଙ୍କ ଯୋଗୁଁ ଦଳ ହାରିଛି, ବାରମ୍ବାର କହିବାକୁ ଚାହୁନି । ଏମିତି କହି ପ୍ରସନ୍ନ ବିଷୋଦ୍‌ଗାର କରିଛନ୍ତି ।