ଯୁବବର୍ଗଙ୍କୁ ସୁଦକ୍ଷ କରିବା ପାଇଁ ସରକାର ସଂକଳ୍ପବଦ୍ଧ: ସମ୍ପଦ
ଭୁବନେଶ୍ୱର: ରାଜ୍ୟର ଯୁବ ଶକ୍ତିଙ୍କୁ ପର୍ଯ୍ୟାପ୍ତ ସୁବିଧା-ସୁଯୋଗ ଯୋଗାଇ ଦେଇ ପ୍ରତିଭାମାନଙ୍କର ସମୁଚିତ ପ୍ରସ୍ପୁଟନ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ । ଆଜିର ପ୍ରଗତିଶୀଳ ଓ ପ୍ରତିଯୋଗିତା ମୂଳକ ସମୟରେ ଓଡିଶାକୁ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବାକୁ ହେଲେ ଆମକୁ କୃତ୍ରିମ ବୁଦ୍ଧିମତ୍ତା ଏବଂ ଡିଜିଟାଲ ଦକ୍ଷତାରେ ପାରଙ୍ଗମ ହେବାକୁ ପଡ଼ିବ, ଯାହାଦ୍ୱାରା ବିଶ୍ୱରେ ଆମେ ଆମ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବା । ଆମ ନିଜର ତାସହ ରାଜ୍ୟ ତଥା ଦେଶର ବାସ୍ତବ ଉନ୍ନତି ସାଧିତ ହୋଇପାରିବ ବୋଲି ସ୍ଥାନୀୟ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଆୟୋଜିତ ବିଶ୍ୱ ଯୁବ ଦକ୍ଷତା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରଶିକ୍ଷାର୍ଥୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ସଚିବ ଭୁପେନ୍ଦ୍ର ସିଂହ ପୁନିଆ ସ୍ୱାଗତ ଅଭିଭାଷଣରେ ପ୍ରତିଭାକୁ ଦକ୍ଷତାରେ ରୂପାନ୍ତରିତ କରିପାରିଲେ ହିଁ ବିଶ୍ୱ ଦରବାରରେ ଆମର ଚାହିଦା ବଢିବ ବୋଲି କହିଥିଲେ । ବିଭାଗୀୟ ନିଦେ୍ର୍ଦଶକ ତଥା ୱାର୍ଲଡ ସ୍କିଲ ସେଣ୍ଟରର କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।