୪ ଥର କଲ୍ କରିଥିଲେ ଟ୍ରମ୍ପ ଫୋନ୍ ଉଠାଇଲେନି ମୋଦି !


ାା ନୂଆଦିଲ୍ଲୀରୁ ବିକାଶ ସ୍ୱାଇଁ ।ା
ଋଷରୁ ତେଲ ଆମଦାନୀ ହେଉଥିବାରୁ ଭାରତ ଉପରେ କଠୋର ଟିକସ ଲଗାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ  । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ନିଜ ଜିଦ୍ରେ ଅଟଳ ଥିବାବେଳେ ଆମେରିକା ଚାପରେ ଦବିଯିବେ ନାହିଁ ବୋଲି କହିସାରିଛନ୍ତି  । ଏହି ପରିପ୍ରେକ୍ଷୀରେ ମୋଦିଙ୍କ ସହ କଥା ହେବା ପାଇଁ ଟ୍ରମ୍ପ ୪ ଥର କଲ୍ କରିଥିଲେବି ମୋଦି କିନ୍ତୁ କଥା ହୋଇନାହାନ୍ତି  । ଜର୍ମାନ ଖବରକାଗଜ ଫ୍ରାଙ୍କଫର୍ଟର ଆଲଜେମିନିରେ ଏଭଳି ଏକ ଖବର ଏବେ ବିଶ୍ୱରେ ଆଲୋଡ଼ନ ସୃଷ୍ଟିକରିଛି  ।
ଉକ୍ତ ରିପୋର୍ଟରେ ଉଲ୍ଳେଖ କରାଯାଇଛିଯେ, ନିକଟ ଅତୀତରେ ମୋଦିଙ୍କ ସହ କଥା ହେବାପାଇଁ ଟ୍ରମ୍ପ ଅନୁ୍ୟନ ୪ ଥର କଲ୍ କରିଥିଲେ  । ହେଲେ ମୋଦି କଲ୍ ଉଠାଇନଥିଲେ  । ଟିକସ ବଢ଼ାଇ ଟ୍ରମ୍ପ ଭାରତ ସରକାର ଓ ମୋଦିଙ୍କୁ ଅପମାନିତ କରିଛନ୍ତି ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି  । ଯେଉଁଥିପାଇଁ ମୋଦି ଏବେ ଯେସାକୁ ତେସା ନୀତି ଆପଣାଇ ଟ୍ରମ୍ପଙ୍କୁ କଡ଼ା ଜବାବ ଦେଇଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ମତ ପ୍ରକାଶ ପାଇଛି  ।